ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ  ଗବସାହି ଗ୍ରାମର  ସନ୍ତୋଷ ସେଠୀ ଓ ମାନସ ସେଠୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୧ ବର୍ଷ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଭଦ୍ରକ ସହର ଗବସାହି ହାଉସିଂ ବୋର୍ଡରେ ରହୁଥିବା ଉମାକାନ୍ତ ପଣ୍ଡାଙ୍କ ସହ ଗତ ତା୧୨.୮.୧୪ରିଖ ସଂଧ୍ୟାରେ ତାଙ୍କର ପଡ଼ୋଶୀ ସନ୍ତୋଷ ଓ ମାନସଙ୍କ ସହ ବ୍ୟକ୍ତିଗତ କାରଣ ନେଇ ବଚସା ହୋଇଥିଲା। ସେହି କାରଣ ପାଇଁ ସେହି ଦିନ ରାତି ୧୧ଟା ବେଳେ ଉମାକାନ୍ତକୁ ଫୋନ ଯୋଗେ ସେମାନେ ଡକାଇ ଥିଲେ। ଉମାକାନ୍ତ ଫୋନ ପାଇ ସେମାନଙ୍କ ପାଖରେ ପହଞ୍ଚିବା ପରେ ସେ ୨ ଭାଇ ସନ୍ତୋଷ ଓ ମାନସ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମୃତ ଭାବି ରାସ୍ତା କଡ଼ରେ ଫୋପାଡ଼ି ଦେଇ ପଳାଇଥିଲେ।

ପାଟ୍ରୋଲିଂ କରୁଥିବା ପୁଲିସ ଉମାକାନ୍ତଙ୍କୁ ରାସ୍ତାକଡ଼ରେ ପଡ଼ିଥିବା ଦେଖି ତାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ପଣ୍ଡାଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚି  ସ୍ବାମୀଙ୍କୁ ତୁରନ୍ତ ଭଦ୍ରକ ମେଡିକାଲ ଓ ପରେ କଟକ ଅଶ୍ବିନୀ ହସ୍ପିଟାଲ ନେଇ ଚିକିତ୍ସା କରି ଥିଲେ। ଉମାକାନ୍ତ ଦୀର୍ଘ ୨୦ ଦିନରୁ ଅଧିକ ଦିନ ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘଟଣାର ଦୁଇ ଦିନ ପରେ ସୁଶ୍ରୀସଂଗୀତାଙ୍କ ଏତଲା  ଅନୁସାରେ ପୁଲିସ କେସ ନଂ-୨୭୩/୧୪ ଦଫା ୩୦୭,୩୪ରେ ଏକମାମଲା ରୁଜୁ କରିଥିଲେ ବି ପରେ ଉମାକାନ୍ତଙ୍କର ବୟାନ ଭିତ୍ତିରେ ସନ୍ତୋଷ ଓ ମାନସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରାଯାଇ ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe