ଦୁଷ୍କର୍ମ ଅଭିଯୁକ୍ତକୁ ୫ବର୍ଷ କାରାଦଣ୍ଡାଦେଶ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଞ୍ଚଳରେ ୨୦୧୬ ମସିହାର ଶିଶୁକନ୍ୟା ଦୁଷ୍କର୍ମ ମାମଲାର ଶୁଣାଣି କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଅଭିଯୁକ୍ତ ସନ୍ତୋଷ ପାତ୍ରକୁ ୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସୂଚନାନୁଯାୟୀ, ୫ ବର୍ଷର ଶିଶୁକନ୍ୟା ତାଙ୍କ ପଡ଼ିଶା ଘରକୁ ଖେଳିବା ପାଇଁ ଯାଇଥିଲା। ଅଭିଯୁକ୍ତ ଶିଶୁକନ୍ୟାଙ୍କୁ ଏକା ପାଇ ଘର ଭିତରକୁ ନେଇଯାଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା। ସେ କାନ୍ଦିବାରୁ ତାଙ୍କୁ ୩୦ ଟଙ୍କା ଦେଇ କାହାକୁ କିଛି ନ କହିବାକୁ କହିଥିଲା। ତେବେ ଶିଶୁକନ୍ୟା ଘରକୁ ଫେରିବା ପରେ ୩୦ ଟଙ୍କା କେଉଁଠାରୁ ଆଣିଲୁ ବୋଲି ତାଙ୍କ ମା’ ପଚାରିବାରୁ ସେ ସବୁ ବିଷୟ କହିଥିଲା।

ଏନେଇ ଶିଶୁର ମା’ ଓ ବାପା ହୀରାକୁଦ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସନ୍ତୋଷ ପାତ୍ରକୁ ଗିରଫ କରିଥିଲା। ଏହି ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ପୋକ୍‌ସୋ କୋର୍ଟ ବିଶ୍ବରଞ୍ଜନ ବେହେରା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦୟ ହେଲେ ଆଉ ଅଧିକ ୬ ମାସ ଜେଲ୍‌ଦଣ୍ଡ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe