Tidy Mart
ବଡ଼ବିଲ : ବଡ଼ବିଲ ତହସିଲ ଅନ୍ତର୍ଗତ ସେରେଣ୍ଡା ନିକଟସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଆଜି ଖଣି ବିଭାଗ ୫୦ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନେକ ଖଣି ମାଫିଆ, ଗାଡ଼ି ମାଲିକ ଓ ଗାଡ଼ି ଚାଳକଙ୍କ ସଲାସୁତୁରାରେ ବିଭିନ୍ନ ଖଣିରୁ ଆସୁଥିବା ଖଣିଜ ଗୁଡ଼ିକୁ ବଡ଼ବିଲ ରେଳସାଇଡିଂରେ ଅନଲୋଡ୍ କରିବା ବଦଳରେ ଜଙ୍ଗଲିଆ ନିଛାଟିଆ ଜାଗାରେ ଅନଲୋଡ୍ କରାଯାଉଛି।
ରେଳସାଇଡିଂରେ ଡ୍ୟୁଟି କରୁଥିବା ବିଭାଗୀୟ ଅଧିକାରୀ ଓ ଖଣି ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ବିନା ଚାଲାଣରେ ଖଣିଜ ରିସିଭ କରାଯାଉଥିବା ଦର୍ଶାଯାଉଛି। ଏହି ଖଣିଜକୁ ସୁବିଧା ଦେଖି ସ୍ଥାନୀୟ ସ୍ପଞ୍ଜ ଆଇରନ୍ ଓ ପେଲେଟ କାରଖାନାରେ ବିକ୍ରି କରାଯାଉଛି। ଗାଡ଼ି ମାଲିକଙ୍କଠାରୁ ଆରମ୍ଭ କରି ପରିବହନ ଠିକାଦାର ଏବଂ ଗାଡ଼ି ଚାଳକମାନେ ଭଲ ଦୁଇପଇସା କମାଉଛନ୍ତି। ସେହିିପରି ସ୍ଥାନୀୟ ଅଞ୍ଚଳର ସ୍ପଞ୍ଜ ଆଇରନ କାରଖାନା, ପେଲେଟ କାରଖାନାର ମାଲିକମାନେ କମ୍ ଦରରେ ଖଣିଜ କିଣି ମାଲାମାଲ ହେଉଛନ୍ତି। ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଲୁହାପଥର ଗୁଣ୍ଡ ଗଦା ହୋଇଥିବା ନେଇ ଆଜି ଯୋଡ଼ା ଖଣି ବିଭାଗ ବିଶେଷ ସୂତ୍ରରୁୁ ଖବର ପାଇଥିଲା। ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ଉ କରି ଲୁହାପଥର ଗୁଣ୍ଡ ଜବତ କରିଥିଲେ। କେଉଁ ଖଣିରୁ ଲୁହାପଥର ଗୁଣ୍ଡ ଆସିଛି ଏବଂ କିଏ ଆଣି ଏଠାରେ ଜମା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ଖଣି ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିିପାରିିନି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/iron-ore.jpg)