ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

Advertisment

ମାଥିଲିରେ ନୂତନ ଥାନାକୁ ଉଦଘାଟନ କଲେ ସୁନୀଲ ବଂଶଲ

ମାଥିଲିରେ ନୂତନ ଥାନାକୁ ଉଦଘାଟନ କଲେ ସୁନୀଲ ବଂଶଲ

ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଆଜି ପୁଲିସ ଡିଜି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ସେ ସ୍ବାଭିମାନ ଅଂଚଳ ଗସ୍ତ କରି ନୂତନ ଭାବେ ଯନ୍ତ୍ରୀ ଠାରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ। ଆନ୍ଧ୍ର ସୀମାରେ ରହିଥିବା ଏହି ଯନ୍ତ୍ରୀ ଠାରେ ମାଓ ଗତିବିଧି ବଢୁଥିବା ସରକାର ଜାଣିବା ପରେ ଏଠାରେ ଗତ ମାର୍ଚ୍ଚ ମାସରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ପୁଲିସ ଡିଜି ସୁନୀଲ ବଂଶଲ ଏଠାରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ଅଂଚଳବାସୀ ନିଜ ନିକଟରେ ପୁଲିସର ସର୍ବୋଚ୍ଚ ଅଧିକାରୀକୁ ପାଇ ନିଜର ଖୁସି ଜାହିର କରିଥିଲେ।

ଏହି ଅବସରରେ ୫୦ ଜଣ ହାର୍ଡକୋର ମିଲିସିଆ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ମିଲିସିଆ ଅଟନ୍ତି। ସମସ୍ତେ ଆଗକୁ ଆଉ ନକ୍ସଲ ସହ କାମ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ସରକାରଙ୍କର ବିକାଶ ଧାରାକୁ ଆଗକୁ ନେବେ ବୋଲି କହିଥିଲେ। ଡିଜି ଶ୍ରୀ ବଂଶଲ ସମସ୍ତଙ୍କୁ ଶାଢୀ, ଲୁଙ୍ଗି, କମ୍ବଳ, ପିଲାଙ୍କ ପାଇଁ ବହିପତ୍ର, ପୋଷାକ, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ଇତ୍ୟାଦି ପ୍ରଦାନ କରିଥିଲେ। ଏଥିସହ ଦୈନନ୍ଦୀନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ।

publive-image

ସରକାରଙ୍କ ତରଫରୁ ସମସ୍ତଙ୍କୁ ସହାୟତା କରାଯିବା ସହ ହିଂସା ଦ୍ବାରା କେବେ ମଧ୍ୟ କୌଣସି ଜିନିଷ ହାସଲ କରାଯାଇପାରେ ନାହିଁ ବୋଲି ଶ୍ରୀ ବଂଶଲ କହିଥିଲେ। ପରେ ବିଏସଏଫଙ୍କ ଉଚ୍ଚପଦାଧିକାରୀମାନଙ୍କ ସହ ମାଓ ଗତିବିଧିକୁ ନେଇ ସମୀକ୍ଷା କରିଥିଲେ। ଯନ୍ତ୍ରୀ ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବାରୁ ସେଠାରେ ମାଓବାଦୀ ଦିନ ବେଳା ମଧ୍ୟ ବିଚରଣ କରୁଥିଲେ। ଏହି ଅଂଚଳ ବିପଦପୂର୍ଣ୍ଣ ଥିବାରୁ ପୁଲିସ ସେଠାରେ ପହଞ୍ଚିବା ମୁସକିଲ ହୋଇପଡୁଥିଲା। ଶେଷରେ ସରକାର ଏଠାରେ ମଧ୍ୟ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଇଯାଇଥିଲେ। ପରେ ସେଠାରୁ ଫେରି ଡିଜିପି ମାଥିଲି ଠାରେ ନୂତନ ଥାନାକୁ ଉଦଘାଟନ କରିଥିଲେ। ସେଠାରେ ସେ କିପରି ଥାନା ସୁପରିଚାଳିତ ହେବ ସେନେଇ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୂତନ ଗୃହକୁ ଦେଖି ସେ ଖୁସି ଜାହିର କରିଥିଲେ।

ଡିଜିପିଙ୍କ ଏହି ଗସ୍ତ ମାଓ ଦମନ ପାଇଁ ଆହୁରି ସହାୟକ ହେବ ବୋଲି କୁହାଯାଇଛି। ମାଥିଲି ଠାରେ ମଧ୍ୟ ଜିଲ୍ଲା ପୁଲିସ ସହ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ଡିଜିପି ଶ୍ରୀ ବଂଶଲଙ୍କ ସହ ଗୁଇନ୍ଦା ବିଭାଗର ଏଡିଜି ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି ଆର କେ ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସଆଇଡବ୍ଲୁ ଡିଆଜି ଅନିରୁଦ୍ଧ ସିଂ, ଏସପି ନିତେଶ ବାଧୱାନୀ, ଏସଡିପିଓ ଶୁଭେନ୍ଦୁ ପାତ୍ର ଓ ଅଂଶୁମାନ ଦ୍ବିବେଦୀ, ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe