କୋଭିଡ ଟିକା ନେଇ ଓଡ଼ିଶାରେ ୫୦ ଜଣଙ୍କ ମୃତ୍ୟୁ

କୋଭିଡ ଟିକା ନେଇ ଓଡ଼ିଶାରେ ୫୦ ଜଣଙ୍କ ମୃତ୍ୟୁ

Image Courtesy of The Economic Times

ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମହୌଷଧୀ ଥିଲା କୋଭିଡ ଟିକା। ଦେଶରେ କୋଭାକ୍ସିନ୍, କୋଭିସିଲ୍‌ଡ, କର୍ବିଭାକ୍ସ ଓ ସ୍ପୁଟନିକ-୫ ଟିକା ଦିଆଯାଇଥିଲା। କୋଭିଡ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଥିବା ସରକାର ‌ପୂର୍ବରୁ ସତର୍କ କରିଥିଲେ। କୋଭିଡ ଟିକା ନେଇ ଦେଶରେ ୧୧୫୬ଜଣଙ୍କ ମୃତ୍ୟ ହୋଇଛି। ଏଥିରେ ଓଡ଼ିଶାର ୫୦ଜଣ ରହିଛନ୍ତି। କେରଳରେ ସର୍ବାଧିକ ୨୪୪ଜଣଙ୍କ ମୃତ୍ୟୁ ହୋଇଥିବା ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର।

ଶ୍ରୀ ପାୱାର କହିଥିଲେ ଯେ କୋଭିଡ ଟିକା ନେବା ବେଳେ କୋୱିନ୍ ପୋର୍ଟାଲ ଓ ସେଫଭାକ୍ ଆପ୍ଲିକେସନରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଟିକା ନେଉଥିବା ବ୍ୟକ୍ତିଙ୍କଠାରେ ଯଦି କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଥିଲା ତାହାଲେ ଟିକା ଦେଉଥିବା ସ୍ବାସ୍ଥ୍ୟକର୍ମୀ ଓ ଟିକା ନେଉଥିବା ବ୍ୟକ୍ତି ତାହାର ରିପୋର୍ଟ କରିପାରୁଥିଲେ। କୋୱିନ୍ ପୋର୍ଟାଲରେ ଆଡଭର୍ସ ଇଭେଣ୍ଟ ଫିଲୋଇଙ୍ଗ ଇମ୍ୟୁନାଇଜେସନ୍ ବା ଆଇଇଏଫ୍‌ଆଇ ସଂପର୍କରେ ଲୋକଙ୍କୁ ଆଗୁଆ ସତର୍କ କରାଯାଇଥିଲା। ଟିକା ନେବା ପରେ ଲୋକଙ୍କ ଦେହରେ ସାମାନ୍ୟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଜ୍ବର ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ରାଜ୍ୟରେ ୧୫୫୨ ଲୋକଙ୍କଠାରେ ସାମାନ୍ୟ ଲକ୍ଷଣ, ୩ଜଣ ଗୁରୁତର ଓ ୭୭ଜଣଙ୍କ ଅତି ଗୁରୁତର ଲକ୍ଷଣକୁ ମିଶାଇ ସୁମଦାୟ ୧୬୩୨ଜଣଙ୍କଠାରେ ଆଇଇଏଫ୍‌ଆଇ ଦେଖିବାକୁ ମିଳିଥିଲା। ଦେଶରେ ଏହାର ସମୁଦାୟ ୮୧୩୦ ମାମଲା ନଜରକୁ ଆସିଥିଲା। ତେବେ କୋଭିଡ ‌ଟିକା ନେଇ ପ୍ରାଣ ହରାଇଥିବା ଲୋକଙ୍କ ତାଲିକାରେ ଓଡ଼ିଶା ଦେଶରେ ୭ ନମ୍ବର ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe