ରାଉର‌କେଲା ହୋଇପାରିବ ‘ସ୍ବାସ୍ଥ୍ୟସେବାର ହବ୍‌’: ଧର୍ମେନ୍ଦ୍ର

Advertisment

୫୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ନିଦାନ କେନ୍ଦ୍ର ଲୋକାର୍ପିତ

୫୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ନିଦାନ କେନ୍ଦ୍ର ଲୋକାର୍ପିତ

ରାଉର‌କେଲା ହୋଇପାରିବ ‘ସ୍ବାସ୍ଥ୍ୟସେବାର ହବ୍‌’: ଧର୍ମେନ୍ଦ୍ର

ରାଉରକେଲା : ‘ଇସ୍ପାତ୍‌ ହବ୍‌’ ସହିତ ରାଉରକେଲାକୁ ‘ସ୍ବାସ୍ଥ୍ୟସେବାର ହବ୍‌’ ଭାବେ ଗଢ଼ିତୋଳିବାକୁ ହେବ। ବୁଧବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସେକ୍ଟର-୨୨ ସାରନଗରୀରେ ୫୦୦ ଶଯ୍ୟା ବିଶିଷ୍ଟ 'ଇସ୍ପାତ ନିଦାନ କେନ୍ଦ୍ର'କୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିବା ଅବସରରେ ଏହା କହିଛନ୍ତି। ୫୦୦ ଶଯ୍ୟାର ଏହି ହସ୍ପିଟାଲରେ ୫୦ଟି ବେଡ୍‌ରେ ଆଇସିୟୁ ଭେଣ୍ଟିଲେଟର ଓ ୧୦୦ ଟି ବେଡ୍‌ରେ ଅକ୍ସିଜେନ୍‌ ସଂଯୋଗ ସୁବିଧା ରହିଛି। ହସ୍ପିଟାଲର ଏହି କ୍ଷମତାକୁ ପରେ ୫୦୦ ଅକ୍ସିଜେନ ସୁବିଧାଯୁକ୍ତ ଶଯ୍ୟା ଓ ୧୦୦ ଭେଣ୍ଟିଲେଟର ଶଯ୍ୟାକୁ ବୃଦ୍ଧି କରାଯିବ।

publive-image

ଆଜିର ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ; ଏହି ହସ୍ପିଟାଲ କେବଳ ରାଉକେଲା ନୁହେଁ, ସମଗ୍ର ଅଞ୍ଚଳ ପାଇଁ ବେଶ୍‌ ସହାୟକ ହେବ। ତୃତୀୟ କୋଭିଡ୍‌ ଲହରକୁ ଦୃଷ୍ଟିରେ ରଖି ଇସ୍ପାତ ନିଦାନ କେନ୍ଦ୍ର ସ୍ବାସ୍ଥ୍ୟସେବା ସୁବିଧାକୁ ଅଧିକ ସୁଦୃଢ଼ କରିବା ସହିତ କୋଭିଡ୍‌ ପରବର୍ତ୍ତୀ ସମୟରେ ଅଣ-କୋଭିଡ ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୋଇପାରିବ। ସ୍ବାସ୍ଥ୍ୟସେବା ପାଇଁ ରାଉରକେଲା ଉପରେ ଝାଡ଼ଖଣ୍ଡ, ଛତିଶଗଡର ସୀମାବର୍ତ୍ତୀ ଇଲାକା ସମେତ ସୁନ୍ଦରଗଡ଼ର ପଡୋଶୀ ଜିଲ୍ଲାଗୁଡ଼ିକ ନିର୍ଭରଶୀଳ। ଏହି ଆବଶ୍ୟକତାକୁ ପୂରଣ କରିବାଲାଗି ଇସ୍ପାତ ହବ୍‌ ପରି ରାଉରକେଲାକୁ 'ସ୍ବାସ୍ଥ୍ୟସେବାର ହବ୍‌' କରିବାକୁ ହେବ। ରାଉରକେଲାରେ ଏଥିପାଇଁ ଆବଶ୍ୟକ ଅନୁକୂଳ ପରିବେଶ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ ଓ ରାଉରକେଲାକୁ ମହାମାରୀ ପ୍ରବନ୍ଧନ କ୍ଷେତ୍ରରେ ଏକ ମଡେଲ୍‌ ରୂପେ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମହାମାରୀର ଭୟାବହ ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡ଼ିକ ଦ୍ବାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ କେନ୍ଦ୍ର ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ୍‌ ସିଂହ କୁଲସ୍ତେ ମଧ୍ୟ ପ୍ରଶଂସା କରିଥିଲେ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, କେନ୍ଦ୍ର ସରକାର, ରାଜ୍ୟ ସରକାର, ଶିଳ୍ପ ସମୂହ ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ କୋଭିଡ -୧୯ ଜନିତ ଆହ୍ବାନଗୁଡ଼ିକୁ ଅତି ନିକଟ ଭବିଷ୍ୟତରେ ଦୂର ହୋଇପାରିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସେଲ୍‌ର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଇସ୍ପାତ ନିଦାନ କେନ୍ଦ୍ର ସ୍ଥାପନାର ଉଦ୍ଦେଶ୍ୟ ଓ ସୁବିଧାସୁଯୋଗ ଉପରେ ଆଲୋକପାତ କରି‌ଥିଲେ। ରାଉରକେଲା ଇସ୍ପାତ କାରଖାନା ସିଇଓ ଦୀପକ ଚଟ୍ଟରାଜ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe