କରୋନା ତାଲିମ୍‌ ନେଲେ ୫୦୦ ଡାକ୍ତରୀ ଛାତ୍ରଛାତ୍ରୀ, ଘରେ ବସି ‘ଜୁମ୍‌ ଆପ୍‌’ରେ ନେଲେ ତାଲିମ୍‌

Advertisment
କରୋନା ତାଲିମ୍‌ ନେଲେ ୫୦୦ ଡାକ୍ତରୀ ଛାତ୍ରଛାତ୍ରୀ, ଘରେ ବସି ‘ଜୁମ୍‌ ଆପ୍‌’ରେ ନେଲେ ତାଲିମ୍‌

କଟକ: ଏସ୍‌ସିବି ମେଡିକାଲ କଲେଜର ୫୦୦ ଛାତ୍ରଛାତ୍ରୀ ଆଜି କରୋନା ପାଇଁ ତାଲିମ୍‌ ନେଇଛନ୍ତି। ସେମାନେ ଘରେ ରହି 'ଜୁମ୍‌ ଆପ'‌ ଜରିଆରେ ତାଲିମ୍‌ ନେଇଛନ୍ତି। ଆଜି ସକାଳ ସାଢେ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଏସ୍‌ସିବିର ଚତୁର୍ଥବର୍ଷ ଓ ଶେଷବର୍ଷର ୫୦୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଏହି ତାଲିମ୍‌ ନେଇଥିଲେ। ତାଲିମ୍‌ ସମୟରେ ନେଟ୍‌ ସମସ୍ୟା ଦେଖାଦେବାରୁ ମଝିରେ ମଝିରେ ସମସ୍ୟା ଉପୁଜିଥିଲା। ଏହାସତ୍ତ୍ବେ ସବୁ ଡାକ୍ତରୀ ଛାତ୍ରଛାତ୍ରୀ ତାଲିମ୍‌ ନେଇଥିବା ଜଣାପଡ଼ିଛି। କରୋନାର ଉତ୍ପତ୍ତି, କେମିତି ସଂକ୍ରମଣ ହେଉଛି, ଚିକିତ୍ସା ଓ ଚିକିତ୍ସା ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ, ସେ ସଂପର୍କରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାଲିମ୍‌ ଦିଆଯାଇଥିଲା।

publive-image

ପଲ୍‌ମ୍ୟୁନାରି ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମ‌ନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ଏହି ତାଲିମ୍‌ କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ପ୍ରତିନିଧି କମ୍ୟୁନିଟି ମେଡିସିନ୍‌ ବିଭାଗର ଡାକ୍ତର ଦୀପକ କର, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖ ପିଲାମାନଙ୍କୁ ତାଲିମ୍‌ ଦେଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଏହି ତାଲିମ୍‌ କାର୍ଯ୍ୟକ୍ରମ ପରେ ଏକ ଅନଲାଇନ୍‌ ପରୀକ୍ଷା ମଧ୍ୟ କରାଯିବ। ସେଥିରେ ଯେଉଁ ଛାତ୍ରଛାତ୍ରୀ ୮୦ ପ୍ରତିଶତ ନମ୍ବର ରଖିବେ ସେମାନଙ୍କୁ ଯୋଗ୍ୟ ତାଲିକାରେ ସାମିଲ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହାପରେ ୪ତାରିଖରେ ଏମ୍‌କେସିଜିର ୪ଶହ ଓ ୫ରେ ଭୀମସାର୍‌ର ୩ଶହ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ତାଲିମ୍‌ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe