ଅତାବିରାରେ ୫ ଶହ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

Advertisment
ଅତାବିରାରେ ୫ ଶହ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

ଅତାବିରା: ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଅତାବିରାରେ ୫ ଶହ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଛି। ସକାଳ ୯ଟାରେ ଲାଦରପାଲି ରାମଚଣ୍ଡୀ ମନ୍ଦିରରୁ ଏହି ରାଲି ବାହାରି ଏନ୍ଏଚ୍ ଦେଇ ପୁରୁଣା ସିନେମା ହଲ୍‌ ନିକଟରେ ପହଂଚିଥିଲା। ଏଥିରେ ସବୁ ବର୍ଗର ଲୋକମାନେ ସାମିଲ ଥିଲେ। ଆଖାପାଖ ଅଂଚଳର ହାଇସ୍କୁଲ, କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ଅଫିସର, କର୍ମଚାରୀ, ବ୍ୟବସାୟୀ, ରାଜନୈତିକ ଦଳ, ସଂଗଠନର ସଦସ୍ୟ, ବ୍ଲକ୍‌ର ବିଭିନ୍ନ ପ୍ରାନ୍ତରୁ ଆସିଥିଲା ଦେଶପ୍ରେମୀ ସାମିଲ ହୋଇଥିଲେ।

ଏକସ୍ବରରେ ‘ଭାରତ ମାତା କି ଜୟ, ବନ୍ଦେ ମାତାରମ୍, ଜୟ ଜବାନ ଜୟ କିଷାନ’ ଧ୍ବନୀରେ କମ୍ପି ଉଠିବା‌ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା‌ ଦେଶାତ୍ମକବୋଧ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ହଜାର ହଜାର ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe