ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ତେଜିଲା, ବିଜେପିର ୫୦୦ କର୍ମୀ ଦଳ ଛାଡ଼ିଲେ

Advertisment
ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ତେଜିଲା, ବିଜେପିର ୫୦୦ କର୍ମୀ ଦଳ ଛାଡ଼ିଲେ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି ।

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳରୁ ୫୦୦ କର୍ମୀ ଏକାସଙ୍ଗରେ ଇସ୍ତଫା ଦେବା ପରେ ବିଜେପି ପାଇଁ ଅଡୁଆ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ତୃଣମୂଳସ୍ତରରେ କାମ କରୁଥିବା ଜିଜ୍ଞାସୁ ପଣ୍ଡାଙ୍କ ବଦଳରେ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପିକୁ ବାଏ ବାଏ କରିଛନ୍ତି ୫୦୦ରୁ ଅଧିକ କର୍ମୀ। ଜିଜ୍ଞାସୁଙ୍କୁ ପ୍ରାର୍ଥୀ କରିବାକୁ ବିଜେପିର ବଡ ବଡ ହେଭିୱେଟ ନେତାଙ୍କୁ କର୍ମୀମାନେ ଭେଟିଥିଲେ ମଧ୍ୟ କୌଣସି ଫାଇଦା ହୋଇ ନଥିଲା। ବରଂ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା କର୍ମୀମାନେ ଅଭିଯୋଗ ଆଣିଛନ୍ତି ।

publive-image

ଗୋଟିଏ ପଟେ ବିଜେପି ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବାସ୍ତବରେ ଏଠାରେ ତାଲିବାନ ସରକାର ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି କର୍ମୀ । ବୁଥ୍‌ ସ୍ତରୀୟ ନେତାଙ୍କ ବଦଳରେ ଅନ୍ୟ ଶିବିରରୁ ଆସିଥିବା ନେତାଙ୍କୁ ଦଳ ପ୍ରାଧାନ୍ୟ ଦେଉଥିବା କର୍ମୀମାନେ ଅଭିଯୋଗ କରିଛନ୍ତି । ଏପରିକି ଜିଜ୍ଞାସୁଙ୍କୁ ଟିକେଟ ନ ଦେବା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ସିଧାସଳଖ ଜିଜ୍ଞାସୁଙ୍କ ସମର୍ଥକ କହିଛନ୍ତି । ତେଣୁ ସେମାନେ ଇସ୍ତଫା ଦେଉଥିବା କର୍ମୀ କହିଛନ୍ତି।

ଗତ ନିର୍ବାଚନରେ ଅପରାଜିତା କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜୟ ବରଣ କରିଥିଲେ । ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ଅପରାଜିତା କଂଗ୍ରେସର ହାତ ଛାଡି ବିଜେପିରେ ମିଶିଥିଲେ। ଆଉ ଏବେ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe