5,000 kg gunpowder loot case: Gunpowder godown sealed Photograph: (sambad.in )
ସୁନ୍ଦରଗଡ଼: ଗତକାଲି କେ ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ବିସ୍ଫୋରକ ନେଇ ଯାଇଥିବା ବେଳେ ବନ୍ଧୁକ ମୁନରେ ମାଓବାଦୀ ସମସ୍ତ ବିସ୍ଫୋରକ ଲୁଟ୍ କରିନେଇଥିବା ଅଭିଯୋଗ ପରେ ବୁଧବାର ଘଟଣାସ୍ଥଳରେ ଆଇଜି ଏବଂ ଏସପି ବଡଗାଁ ଥାନା ଇତମା ଠାରେ ଥିବା ବାରୁଦ ଗୋଦାମରେ ପହଞ୍ଚି ତଦନ୍ତ କରିଛନ୍ତି।
ଏହି ଘଟଣା ପରେ ବଡ଼ଗାଁ ତହସିଲଦାର ଓ ପୁଲିସ ବାରୁଦ ଗୋଦାମକୁ ସିଲ୍ କରିଛନ୍ତି । ଗତକାଲି ମଙ୍ଗଳବାର ଏହି ଗୋଦାମରୁ କେବଲାଙ୍ଗୀ ବାଙ୍କକୁ ୫୦୦୦ କେଜି ବିସ୍ଫୋରକ ସାମଗ୍ରୀ ଗଲା ବେଳେ ମାଓବାଦୀ ଲୁଟ୍ କରିନେଇଥିଲେ। ଷ୍ଟକ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଆସିବାକୁ ଥିବାରୁ ଗୋଦାମକୁ ସିଲ୍ କରାଯାଇଥିବା କୁହାଯାଉଛି।
ଗତକାଲି ଭୋର୍ ୫ଟାରେ ଏହି ବାରୁଦ ଗୋଦାମରୁ ୨୫ କେଜିଆ ୨୦୦ ପ୍ୟାକେଟ ବାରୁଦ ଭ୍ୟାନରେ ଲୋଡ୍ ହୋଇ ଯାଇଥିଲା । ସେଠାରେ ଅନଲୋଡ୍ ହେବା ପରେ ଖଣିରେ ମାଓବାଦୀ ପହଞ୍ଚି ବନ୍ଧୁକ ମୁନରେ ଡ୍ରାଇଭର ଓ ପଥର ଖଣି କର୍ମଚାରୀମାନଙ୍କୁ ପୁଣି ଭ୍ୟାନରେ ବାରୁଦକୁ ଲୋଡ୍ କରିବା ପାଇଁ କହିଥିଲେ। ସେଠାରୁ ଜଙ୍ଗଲ ମଧ୍ୟକୁ ଗାଡ଼ି ନେଇ ସେଠାରୁ ୪୦ ରୁ ଅଧିକ ମାଓବାଦୀ ସମସ୍ତ ୨୦୦ ପେଟି ବାରୁଦ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ । ଏହାପରେ ଖାଲି ଗାଡି ଓ ଡ୍ରାଇଭରକୁ ଛାଡି ଦେଇଥିଲେ ।
ଅଧିକ ପଢ଼ନ୍ତୁ: ରେଳ ଧାରଣାରୁ ଖସିଲା ମାଲଗାଡ଼ି: ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ
ମାଓବାଦୀ ଲୁଟ୍ ବାରୁଦକୁ କେଉଁଠି ମଧ୍ୟ ବ୍ୟବହାର କରିବାର ଆଶଙ୍କା ରହିଛି । ସରକାର ମାଓବାଦୀଙ୍କୁ ନିପାତ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିବା ଚିନ୍ତାର ବିଷୟ ପାଲଟିଛି । ମାଓବାଦୀଙ୍କ ଠାରୁ ଲୁଟ୍ ବାରୁଦ ଜବତ କରା ନଗଲେ ଅଘଟଣ ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଘଟଣାର ୨୪ ଘଣ୍ଟା ବିତି ଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି ।
ଅଧିକ ପଢ଼ନ୍ତୁ: ମଣିପୁରରେ ପୁଣି ବୀରେନ ସିଂ ସରକାର ସମ୍ଭାବନା !
sundargarh | Crime
Follow Us