ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ଧଉଳିରେ ବୁଲୁଛନ୍ତି ପର୍ଯ୍ୟଟକ, ନୂଆବର୍ଷ ଭୋଜିରେ ଗଣ୍ଡଗୋଳ

Advertisment
ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ଧଉଳିରେ ବୁଲୁଛନ୍ତି ପର୍ଯ୍ୟଟକ, ନୂଆବର୍ଷ ଭୋଜିରେ ଗଣ୍ଡଗୋଳ

ଧଉଳି: ଗତ ମାସ ୩୧ ତାରିଖ ଠାରୁ ଚଳିତ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଶାନ୍ତିସ୍ତୂପ ପାଦଦେଶରେ ବୁଲାବୁଲି କରିବା ଏବଂ ଶାନ୍ତିସ୍ତୂପ ଦର୍ଶନ କରିବା ନେଇ ଜିଳ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଧଉଳିରେ ପର୍ଯ୍ୟଟକମାନେ କଟକଣା ମାନୁ ନଥିବା ଦେଖାଯାଇଛି। କଟକଣା ବଳବତ୍ତର ଥିବା ସତ୍ତ୍ବେ ଆଜି ପୂର୍ବାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ୫୦୦୦ ପର୍ଯ୍ୟଟକ ଧଉଳି ବୁଲିବାକୁ ଆସିଥିବା ସୂଚନା ମିଳିଛି। ବଡ଼ କଥା ହେଉଛି, ଶାନ୍ତିସ୍ତୂପ ପ୍ରବେଶପଥ ବସଷ୍ଟାଣ୍ଡ ଗେଟ ନିକଟରେ ପୁଲିସ ମୁତୟନ ହୋଇଛନ୍ତି। ହେଲେ ବାଇକ ଏବଂ କାରରେ ପର୍ଯ୍ୟଟକମାନେ କିପରି ଭିତରକୁ ଯାଉଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ପର୍ଯ୍ୟଟକ ଯାତାୟତ କରୁଥିବା କୁହାଯାଉଛି। ହେଲେ ସେମାନେ ପୁଲିସକୁ କୌଣସି ପରିଚୟ ଦେଖାଉନଥିବାରୁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ବର୍ଷର ପ୍ରଥମ ରବିବାର ପର୍ଯ୍ୟଟକମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିବ ବୋଲି ଜଣେ ସୁରକ୍ଷା କର୍ମଚାରୀ କହିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୟାବ୍ରିଜକୁ ଲାଘିଥିବା ଧଉଳି ପଛପଟ ରାସ୍ତାରେ ପର୍ଯ୍ୟଟକ ବିନା ପ୍ରତିରୋଧରେ ଯାତାୟତ କରୁଥିବା ବେଳେ ପୁଲିସ ପକ୍ଷରୁ ଅମାନିଆ ପ୍ରେମୀଯୁଗ ତଥା ପର୍ଯ୍ୟଟକମାନଙ୍କ ବିରୋଧରେ କୌଣଓି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି। ଏନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖାଯାଇଛି।  କର୍ତ୍ତୃପକ୍ଷ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଅନୁରୂପ ଭାବେ ନୂଆବର୍ଷ ଅବସରରେ କେନ୍ଦୁବିଲ୍ବ ସ୍ଥିତ ଜୟଦେବ ପୀଠରେ ଅନୁରୂପ ଭାବେ ୧୦ ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇଥିଲା। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗ ଅଞ୍ଚଳରୁ ବସରେ ଆସିଥିବା ଆଉ କିଛି ପର୍ଯ୍ୟଟକ ବସଷ୍ଟାଣ୍ଡରୁ ଫେରିଯାଇଥିଲେ।

publive-image

୨ ନିଶାଡ଼ି ଆହତ

ସ୍ଥାନୀୟ ଗଙ୍ଗୁଆ ନଦୀପଠା ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଭୋଜିସ୍ଥଳରେ ଭୀଷଣ ମାରପିଟ ହୋଇଛି। ବାଇକ ଚାବି, ଡଙ୍କି ଏବଂ କରଛୁଲି , ବିଧା, ଚାପୁଡ଼ା ଏବଂ ଗୋଇଠା ମାଡ଼ରେ ୨ ଜଣ ନିଶାଡ଼ି ଆହତ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାପାଇଥିଲା। ଉପସ୍ଥିତ ପଥଚାରୀ  ଏସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନକରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକଙ୍କୁ ଥାନାକୁ ଆଣିଥିଲା। ପୁଲସ ଚଢ଼ଉ ସଂପର୍କରେ ଖବର ପାଇ ଅନ୍ୟ ଅଭିଯୁକ୍ତ ଖସି ପଳାଇଥିବା କୁହାଯାଉଛି। ସୂଚନା ଅନୁସାରେ ଆଜି ଗଙ୍ଗୁଆ ବନ୍ଧ ନିକଟରେ ଭୁବନେଶ୍ବର ସାମନ୍ତରାପୁର ଅଞ୍ଚଳର ଏକ ବସ୍ତିର ୧୦ ଜଣ ଯୁବକ ଭୋଜି କରୁଥିଲେ। ଭୋଜିଭାତର ଆସର ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ନିଶା ଖାଇବା ସମୟରେ କୌଣସି କଥାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏନେଇ ସେମାନେ ପରସ୍ପରକୁ ସମର୍ଥନ କରି ନିଜ ନିଜ ମଧ୍ୟରେ ମାରପିଟ ହୋଇଥିଲେ। ଗାଡ଼ି ଚାବିରେ ଜଣେ ନିଶାଡ଼ି ଅନ୍ୟ ଜଣେ ନିଶାଡ଼ିର ମୁଣ୍ଡକୁ ଆକ୍ରମଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe