ଜଙ୍ଗଲରୁ ୫୦୨ କିଲୋ ଗଞ୍ଜେଇ ଜବତ

Advertisment
ଜଙ୍ଗଲରୁ ୫୦୨ କିଲୋ ଗଞ୍ଜେଇ ଜବତ

ବୌଦ୍ଧ: ଅବକାରୀ ମୋବାଇଲ ସ୍କ୍ବାଡ୍ ଜଙ୍ଗଲରେ ଚଢ଼ଉ କରି ୫୦୨ କିଲୋ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ, ବୌଦ୍ଧ ଥାନା କାମାରକୋଡ଼ା ଗ୍ରାମ ନିକଟ ଜଙ୍ଗଲରେ ଭାଡ଼ି ତିଆରି କରି ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ମୋବାଇଲ ଦଳ ସୂଚନା ପାଇଥିଲେ। ଚଢ଼ଉ ପୂର୍ବରୁ ସେଠାରେ ଥିବା କିଛି ବ୍ୟକ୍ତି ଫେରାର ହୋଇ ଯାଇଥିଲେ।

ଘଟଣାସ୍ଥଳରୁ ୫୦୨ କିଲୋ ଗଞ୍ଜେଇ ଜବତ ହୋଇଛି। ମୋବାଇଲ ଇନ୍ସପେକ୍ଟର ସ୍ପନ୍ଦନ ମହାନ୍ତିଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏଏସଆଇ ମମତା ନାୟକଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe