ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ, କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ଲକ୍ଷ

Advertisment

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ, ପରିବାରବର୍ଗଙ୍କୁ ଅବସରଯାଏ ପୂର୍ଣ୍ଣବେତନ ମିଳିବ

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ, ପରିବାରବର୍ଗଙ୍କୁ ଅବସରଯାଏ ପୂର୍ଣ୍ଣବେତନ ମିଳିବ

ତାମିଲ୍‌ ପତ୍ରିକା ପ୍ରଚ୍ଛଦରେ ନବୀନ, କରୋନା ମୁକାବିଲା ପାଇଁ ପ୍ରଶଂସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍-୧୯ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମନ୍ବୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ଉଭୟ ସରକାରୀ ଓ ଘରୋଇ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଛି।

ଅସମ୍ମାନ କଲେ ରାଷ୍ଟ୍ର ବିେରାଧୀ ବୋଲି ଗଣାଯିବ
ଏନଏସ୍ଏରେ ଗିରଫ କରାଯିବ ବୋଲି ଚେତାବନୀ

ଭିଡିଓ ବାର୍ତ୍ତାରେ ଏ ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ମାନବ ଜାତି କରୋନା ଭାଇରସ୍ ସହିତ ଲଢେଇ କରୁଛନ୍ତି। ତିନି ମାସ ମଧ୍ୟରେ ବିଶ୍ୱର ୨ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି। ଅଧିକାଂଶ ଦେଶ ଏହି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ ସ୍ଥିତିରେ ଅଛନ୍ତି। ଏହି ଯୁଦ୍ଧକୁ ଆମର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିରେ ରହି ଲଢେଇ କରୁଛନ୍ତି। ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମା ଏବଂ ଅନ୍ୟାନ୍ୟ ସହକାରୀମାନେ ସେବା ଯୋଗାଇ ଚାଲିଛନ୍ତି। କଠିନ ଓ ନିଃସ୍ୱାର୍ଥପର ସେବା ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ହେବା ଉଚିତ। ସେମାନଙ୍କ ବିରୋଧରେ ଯେକୌଣସି କାର୍ଯ୍ୟ ରାଜ୍ୟ ବିରୁଦ୍ଧରେ କାର୍ଯ୍ୟ ଅଟେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହିବେ ଯାହା ସେମାନଙ୍କ କାର୍ଯ୍ୟକୁ ବ୍ୟାହତ କରିବେ କିମ୍ବା ଅସମ୍ମାନ କରିବେ, ତେବେ ଜାତୀୟ ନିରାପତ୍ତା ଆଇନର ଧାରାକୁ ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଅତି କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚରମ ଚେତାବନୀ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ କୋଭିଡ୍-୧୯ ଚିକିତ୍ସା କରୁଥିବା ମୃତ୍ୟୁ ହେଲେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସଂପନ୍ନ ହେବ। ଜାତୀୟ ଦିବସରେ ସେମାନଙ୍କୁ ସହିଦ ଭଳି ସମ୍ମାନ ପ୍ରଦାନ କରାଯିବ। ସେମାନଙ୍କ ଉତ୍ସର୍ଗୀକୃତ ଅବଦାନକୁ ସ୍ବୀକୃତି ପ୍ରଦାନ କରି ବିଭିନ୍ନ ପୁରସ୍କାର ଓ ସମ୍ମାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ବିଶଦ ଯୋଜନା କାର୍ଯ୍ୟକାରୀ ହେବ। ସେହିଭଳି ସଂପୃକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ବର୍ଗଙ୍କୁ ଅବସର ପର୍ଯ୍ୟନ୍ତ ପୂର୍ଣ୍ଣବେତନ ମିଳିବ ଓ ଅନ୍ୟାନ୍ୟ ସୁବିଧା ଆଦି ବି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe