ଫାଷ୍ଟ କମ ଫାଷ୍ଟ ଲୋଡ୍‌: ୫୨ ଟ୍ରକ କଳା ତାଲିକାଭୁକ୍ତ

Advertisment
ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ

Science Direct

କାଳିଆପାଣି : ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ବିଭିନ୍ନ କ୍ରିୟାଶୀଳ ଖଣିରୁ କ୍ରୋମ୍‌ ପରିବହନ କ୍ଷେତ୍ରରେ କିଛି ଅସାଧୁ ଟ୍ରକ୍‌ ଡ୍ରାଇଭର ଓ ମାଲିକ ଉଦ୍ଦେଶ୍ୟମୂଳକ ଭାବେ ଫାଷ୍ଟ୍‌ କମ୍‌ ଫାଷ୍ଟ୍‌ ଲୋଡ୍‌ ଆଇନ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ବହୁ ଟ୍ରକ୍‌ ସଡ଼କ ପାର୍ଶ୍ବସ୍ଥ ବେଆଇନ୍ ପାର୍କିଂୟାର୍ଡରୁ ବାହାରି ମଝି ସଡ଼କରେ ଆଡ଼ ପକାଇ ସିରିଆଲ୍‌ ଭାଙ୍ଗି ଆଗକୁ ବଢ଼ୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅଧିକାଂଶ ସମୟରେ ବ୍ୟସ୍ତବହୁଳ ଖଣିଅଞ୍ଚଳର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କାଳିଆପାଣି ଟାଟା ଟେମ୍ପଲ ଗେଟ୍‌ରୁ ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଏବଂ ସେଠାରୁ କୋଇପଶି ଟ୍ରକ୍‌ ପାର୍କିଂୟାର୍ଡ ପାଖ ଓ ଟାଟା ସାରୁଆବିଲ କ୍ରୋମାଇଟ୍‌ ଖଣି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାସ୍ତାଜାମ୍‌ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏପରିକି ରାସ୍ତା ମଝିରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ଭିଆଇପି ଗାଡ଼ି ଫସି ରହୁଥିବାର ନଜିର ରହିଛି।

ଗତ ସପ୍ତାହରୁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସଂପୃକ୍ତ ଟ୍ରକ୍ ଗୁଡ଼ିକୁ ଚିହ୍ନଟ କରାଯାଇ ଏସବୁକୁ କଳା ତାଲିକାଭୁକ୍ତ କରାଯାଉଛି। ସପ୍ତାହ ମଧ୍ୟରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା ଚଢ଼ଉରେ ୫୨ଟି ଟ୍ରକ୍‌ ପୁଲିସ ହାବୁଡ଼ରେ ଧରା ପଡ଼ିଥିଲେ। କଳା ତାଲିକାଭୁକ୍ତ ଟ୍ରକ୍‌ ଗୁଡ଼ିକୁ ମାସକ ପର୍ଯ୍ୟନ୍ତ ଖଣିଅଞ୍ଚଳରେ କ୍ରୋମ୍‌ ପରିବହନ ସୁଯୋଗରୁ ବାଦ୍‌ ପଡ଼ିବାର ନିୟମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe