ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ହଜାର ଟଙ୍କା ଚୋରି

Advertisment
ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ହଜାର ଟଙ୍କା ଚୋରି

ଗୋଲାମୁଣ୍ଡା: ଗୋଲାମୁଣ୍ଡା ଥାନା ଖମାରହଲଦୀ ଗ୍ରାମର ନାରାୟଣ ନିଆଲଙ୍କ ଘରକୁ ଚୋରମାନେ ଗୁରୁବାର ରାତିରେ ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି।

ନାରାୟଣ ଝିଅ ବାହାଘର କରିବା ପାଇଁ ଘରେ ସୁନା ଓ ଟଙ୍କା ରଖିଥିଲେ। ଗୁରୁବାର ରାତିରେ ସମସ୍ତେ ଶୋଇଗଲା ପରେ ଚୋରମାନେ ତାଙ୍କ ଘର ପଛ ପଟୁ ସିନ୍ଧି କରି ପଶିଥିଲେ। ଘରେ ଥିବା ୫୩ ଗ୍ରାମ ସୁନା ଓ ୬୫ ହଜାର ଟଙ୍କା ଚୋରି କରି ନେଇ ପଳାଇଥିଲେ। ଚୋରି ହୋଇଥିବା କୋଠରିରେ କେହି ଶୋଇ ନଥିବାରୁ ଘରଲୋକେ ଚୋରି ବିଷୟରେ କିଛି ଜାଣି ପାରି ନଥିଲେ। ଶୁକ୍ରବାର ସକାଳେ ଜାଣିବା ପରେ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।

ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ଅନେକ ବର୍ଷ ତଳେ ଚୋରମାନେ ସିନ୍ଧି କରି ଚୋରି କରୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ସିନ୍ଧି କରି ଚୋରି କରିବା ଘଟଣା ଅଞ୍ଚଳ ପାଇଁ ନୂଆ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe