‘ଶ୍ରଦ୍ଧା ସଂଜୀବନୀ’ରେ ୫୪ ଏଚ୍‌ଆଇଭି ଶିଶୁ: ଆତ୍ମନିର୍ଭରଶୀଳ ହୋଇ ସାରିଲେଣି ୪୦

Advertisment
ନୂଆପଡ଼ାରେ ୨୫୯ ଓ ସମ୍ବଲପୁରରେ ଏଚ୍‌ଆଇଭି ନେଲାଣି ୪୭୭ ଜୀବନ

ବ୍ରହ୍ମପୁର: ଏଚ୍‌ଆଇଭି ସଂକ୍ରମିତ ପିଲାଙ୍କୁ କୋଳେଇ ନେଇଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍‌ଏସିରେ ଥିବା ଶିଶୁ ଯତ୍ନ ଗୃହ ‘ଶ୍ରଦ୍ଧା ସଂଜୀବନୀ’। ଏଚ୍ଆଇଭି ପଜିଟିଭ୍‌ ମାତା-ପିତାଙ୍କଠାରୁ ସଂକ୍ରମିତ ହୋଇ ଜନ୍ମିତ ଶିଶୁଙ୍କୁ ଏଠାରେ ଥଇଥାନ କରାଯାଉଛି। ରାଜ୍ୟ ସରକାର ସେହି ପିଲାଙ୍କ ସମସ୍ତ ଯତ୍ନ ନେଉଛନ୍ତି। ଏବେ ‘ଶ୍ରଦ୍ଧା ସଂଜୀବନୀ’ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୪ଜଣ ଅନ୍ତେବାସୀ ରହିଛନ୍ତି। ଯେଉଁମାନେ କି ଏକ ନୂଆ ଓ ସୁରକ୍ଷିତ ଭବିଷ୍ୟତ ସନ୍ଧାନରେ ରହିଛନ୍ତି। ଏଚ୍ଆଇଭି ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁରରେ ‘ଶ୍ରଦ୍ଧା ସଂଜୀବନୀ’ ଶିଶୁ ଯତ୍ନ ଗୃହ ଆରମ୍ଭ କରାଯାଇଥିଲା। ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ତଥା ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଉଦ୍ୟମ କ୍ରମେ ଗତ ୨୦୦୭ରେ ଶ୍ରଦ୍ଧା ସଂଜୀବନୀ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ୬ରୁ ୧୮ବର୍ଷ ବୟସ ଭିତରେ ରହିଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଅନ୍ୟାନ୍ୟ ସୁବିଧା ଦିଆଯାଉଛି। ବର୍ତ୍ତମାନ ୫୪ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୨୮ଜଣ ଝିଅ ରହିଥିବା ବେଳେ ୨୬ଜଣ ପୁଅ ରହିଛନ୍ତି।

ଏହି ପିଲାମାନଙ୍କୁ ମାଟ୍ରିକ୍‌ ପରେ ଇଚ୍ଛା ଅନୁସାରେ ଆଇଟିଆଇରେ ଯୋଗଦାନ କରାଯାଉଛି। ଆଇଟିଆଇ ପାଠ ସମାପ୍ତ ପରେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାୟ କ୍ରମେ ୪୦ଜଣ ଅନ୍ତେବାସୀ ବିଭିନ୍ନ କମ୍ପାନିରେ ଚାକିରି ପାଇଥିବା ‘ଶ୍ରଦ୍ଧା ସଂଜୀବନୀ’ର ପରିଚାଳନା କମିଟି ସଦସ୍ୟ ଲୋକନାଥ ମିଶ୍ର କହିଛନ୍ତି। ବର୍ତ୍ତମାନ ନୂତନ ଚିକିତ୍ସାବିଜ୍ଞାନର ସହାୟତାରେ ମା’ ଗର୍ଭରେ ଥିବା ଶିଶୁକୁ ଏଚ୍‌ଆଇଭି ସଂକ୍ରମଣରୁ ରକ୍ଷା କରାଯାଇ ପାରିବ। ଏଥିପାଇଁ ସରକାରଙ୍କ ତରଫରୁ ମାଗଣାରେ ଔଷଧ ପ୍ରଦାନ ବ୍ୟବସ୍ଥା କରାଯାଉଛି। ଗର୍ଭବତୀ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଯଦି ଠିକ୍‌ ଭାବେ ୬ମାସ ପର୍ଯ୍ୟନ୍ତ ଔଷଧ ଖାଇଥିବେ ତେବେ ପ୍ରସବ ପରେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହେବାର ଆଶଙ୍କା କମ୍‌ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe