୫୪% ଚିହ୍ନି ପାରୁନାହାନ୍ତି ଓଡ଼ିଶା କେଉଁଠି?

Advertisment

‘ଅସର’ ରିପୋର୍ଟ-୨୦୧୭

‘ଅସର’ ରିପୋର୍ଟ-୨୦୧୭

କାଏଁଶିର ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତି: ୬୦ଛାତ୍ରୀ ଆକ୍ରାନ୍ତ

Village: Baluka, Keonjhar, Odisha, India, 6 March 2013: Students read their books during class hours at Baluka UG UP school in Keonjhar. School Students Helpline and SAMIKSHA ( analysis) are monitoring and feedback tools, implemented by Odhisa Government for effective implementation of the Right to Education Act in Odhisa. UNICEF India/2013/Prashanth Vishwanathan

ଭୁବନେଶ୍ୱର: ଗତ ବର୍ଷତମାମ ସାରା ଦେଶର ପିଲାମାନଙ୍କର ଶିକ୍ଷାସ୍ତରକୁ ନେଇ କରାଯାଇଥିବା ସର୍ବେକ୍ଷଣର ରିପୋର୍ଟ ‘ଅସର ୨୦୧୭: ବିୟଣ୍ଡ ବେସିକ୍ସ’ ନିକଟରେ ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଛି। ଏହି ରିପୋର୍ଟରେ ଜାତୀୟସ୍ତରରେ ୧୪ରୁ ୧୮ ବର୍ଷର କିଶୋର କିଶୋରୀମାନଙ୍କ ସାଧାରଣ ଜ୍ଞାନର ସ୍ତର ସ୍ଥାନୀତ ହୋଇଥିବାବେଳେ ଓଡ଼ିଶାର ସବୁଠାରୁ ଆଗୁଆ ଜିଲ୍ଲା କୁହାଯାଉଥିବା ଖୋର୍ଧା ଜିଲ୍ଲାରେ ପିଲାମାନଙ୍କ ସାଧାରଣ ଜ୍ଞାନ କେମିତି ଦୟନୀୟ ତାହା ପଦାକୁ ଆସିଛି। ଅସର ରିପୋର୍ଟର ତଥ୍ୟ ଅନୁଯାୟୀ ଖୋର୍ଧା ଜିଲ୍ଲାର ୮୬.୫% ୧୪ରୁ ୧୮ ବର୍ଷର ପିଲାମାନେ ଭାରତ ମାନଚିତ୍ର ଚିହ୍ନିପାରୁଥିବା ବେଳେ ୬୩.୭% ଦେଶର ରାଜଧାନୀ କହିପାରୁଛନ୍ତି। ଏଇ ବୟସର ୮୨% ପିଲା ନିଜ ରାଜ୍ୟ ଓଡ଼ିଶା ବୋଲି କହିପାରୁଛନ୍ତି। ହେଲେ ମାତ୍ର ୪୫.୮% ଭାରତ ମାନଚିତ୍ରରେ ସେମାନଙ୍କ ନିଜ ରାଜ୍ୟର ମାନଚିତ୍ର ଚିହ୍ନିପାରୁଛନ୍ତି। ଅର୍ଥାତ୍‌ ୫୪.୨% କିଶୋର କିଶୋରୀ ଓଡ଼ିଶାର ମାନଚିତ୍ର ଚିହ୍ନିପାରୁନାହାନ୍ତି। ଖୋର୍ଧା ଜିଲ୍ଲାରେ ଏଭଳି ସ୍ଥିତି ରହିଥିବା ନେଇ ‘ଅସର’ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାର ନୂଆପିଢ଼ିର ପିଲାମାନଙ୍କ ସାଧାରଣ ଜ୍ଞାନ କିଭଳି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ୧୪ରୁ ୧୮ ବର୍ଷ ବୟସର ୪.୬% ପିଲାମାନେ ନିଜ ଭାଷାରେ ଦ୍ୱିତୀୟ ଶ୍ରେଣୀର ସହଜ ପାଠ ଧାରାବାହିକ ଭାବେ ପଢ଼ିପାରୁ ନାହାନ୍ତି। ଏଥିରେ ୫.୪% କିଶୋର ଓ ୪% କିଶୋରୀ ରହିଛନ୍ତି। ୮୫.୫% ପଢ଼ିପାରୁଥିବା ବେଳେ ୯.୯% କିଶୋର କିଶୋରୀ ଶବ୍ଦ କିମ୍ବା ତା’ଠାରୁ କମ୍‌ ପଢ଼ୁଛନ୍ତି। କେବଳ ୪୩.୫% ଯୁବକ ଯୁବତୀ ହରଣ କରିବାରେ ସକ୍ଷମ। ଅର୍ଥାତ୍‌ ୫୬.୫% ହରଣ କରିପାରୁନାହାନ୍ତି। ସେହିପରି ଏହି ବୟସର ୩୧.୧% ପିଲା ଇଂରାଜୀ ବାକ୍ୟ ପଢ଼ିପାରୁନାହାନ୍ତି। ମୋବାଇଲ୍‌ ବ୍ୟବହାର କ୍ଷେତ୍ରରେ କିନ୍ତୁ ଏହି ବୟସର ପିଲାମାନେ ଆଗରେ ଅଛନ୍ତି। ସର୍ଭେ କରାଯିବାର ପୂର୍ବ ସପ୍ତାହରେ ୬୫% ପିଲା ମୋବାଇଲ୍‌ ବ୍ୟବହାର କରିବା କଥା କହିଥିବାବେଳେ ୨୮.୭% ଇଣ୍ଟରନେଟ୍‌ ଓ ୩୧.୮% କମ୍ପ୍ୟୁଟର ବ୍ୟବହାର କରିପାରୁଛନ୍ତି। ବଡ଼ କଥା ହେଲା ୮୮.୪% ପିଲାଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି। ୬୦.୬% ଟଙ୍କା ଡିପୋଜିଟ୍‌ ଓ ଉଠାଣ କରୁଛନ୍ତି। ତେବେ ୧୯.୪% ପିଲା ଏଟିଏମ୍‌ ବ୍ୟବହାର କରୁଥିବାବେଳେ ମାତ୍ର ୭.୮% ପିଲା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବହାର କରୁଛନ୍ତି। ରିପୋର୍ଟରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ଖୋର୍ଧା ଜିଲ୍ଲାରେ ୧୪ରୁ ୧୮ ବର୍ଷ ବୟସର ୭୩.୯% ପିଲା ଦ୍ୱାଦଶ ଅଥବା ତା’ଠାରୁ କମ୍‌ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ୧୦.୭% ଯୁକ୍ତ୩ ପଢ଼ୁଥିବା ବେଳେ, ୧୫.୪% କୌଣସି ଶ୍ରେଣୀରେ ନାମ ଲେଖାଇ ନାହାନ୍ତି। ୧୪ରୁ ୧୬ ବର୍ଷର ୮୯.୭% ଛାତ୍ରଛାତ୍ରୀ ଯୁକ୍ତ୨ ପଢ଼ୁଛନ୍ତି। ୧୪ରୁ ୧୬ ବର୍ଷ ବୟସର ମାତ୍ର ୨% ପିଲା ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରୁଛନ୍ତି। ସର୍ଭେ କରାଯାଇଥିବା ମାସର ପୂର୍ବ ମାସରେ ୧୪ରୁ ୧୮ ବର୍ଷ ବୟସର ୨୫.୭% ପିଲା ୧୫ ଦିନରୁ ଅଧିକ ଦିନ କାର୍ଯ୍ୟ କରୁଛନ୍ତି। ଏଥିରେ ୧୪ରୁ ୧୬ ବର୍ଷର ୨୩.୩% ଏବଂ ୧୭ରୁ୧୮ ବର୍ଷର ୩୦.୭% ଯୁବକ ଯୁବତୀ ରହିଛନ୍ତି।

ପଦାକୁ ଆସିଲା ୧୪ରୁ ୧୮ ବର୍ଷ ପିଲାଙ୍କ ସାଧାରଣ ଜ୍ଞାନ
ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ିପାରୁନାହାନ୍ତିି ୪.୬%
୫୬.୫% ହରଣ କରିପାରୁନାହାନ୍ତି
ମୋବାଇଲ ବ୍ୟବହାର କରିବାରେ ଆଗୁଆ
ଏଟିଏମ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୧୯.୪%

ଏହାଛଡ଼ା ରିପୋର୍ଟ ଅନୁଯାୟୀ ୭୬.୧% ପିଲା ଟଙ୍କା ଗଣିପାରୁଥିବା ବେଳେ ୯୦.୩% ସମୟ କହିପାରନ୍ତି, ୭୪.୧% ଘଣ୍ଟା ଓ ମିନିଟ୍‌ କହିପାରନ୍ତି। ୫୬.୭% ଓଜନ ମାପ ବିଷୟରେ ଜାଣିଛନ୍ତି। ୮୯.୨% ପିଲା ସହଜରେ ଲମ୍ବ ମାପିପାରନ୍ତି। ୪୬.୮%ଙ୍କୁ କିନ୍ତୁ ଏହା କରିବା ପାଇଁ କଷ୍ଟକର ହୋଇଥାଏ। ୪୦.୨% ସମୟ ଗଣିପାରନ୍ତି। ୬୫.୩% ପିଲା ନିତିଦିନିଆ ବଜେଟ ପରିଚାଳନା କରିପାରୁଥିବା ବେଳେ ୬୨% କିଣିବା ନେଇ ନିଷ୍ପତ୍ତି ନେଇଥାନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବ ବର୍ଷଗୁଡ଼ିକରେ ‘ଅସର୍‌’ରେ ୫ରୁ ୧୬ ବର୍ଷ ବର୍ଗର ପିଲାଙ୍କ ଉପରେ ସର୍ଭେ ହେଉଥିବା ବେଳେ ୨୦୧୭ରେ ୧୪ରୁ ୧୮ ବର୍ଷ ବୟସ ବର୍ଗ ଉପରେ ଧ୍ୟାନ ଦିଆଯାଇଥିଲା। ଯେଉଁମାନେ ପ୍ରାଥମିକ ଶିକ୍ଷାର ବୟସ ଅତିକ୍ରମ କରି ଯାଇଛନ୍ତି ସେମାନଙ୍କୁ ସାମିଲ କରାଯାଇଥିଲା। ପ୍ରତି ରାଜ୍ୟର ଗୋଟିଏ କିମ୍ବା ଦୁଇଟି ଜିଲ୍ଲାକୁ ନେଇ ଏହି ସର୍ଭେ କରାଯାଉଥିବାବେଳେ ୨୦୧୭ରେ ମୋଟ ୨୪ଟି ରାଜ୍ୟର ୨୮ଟି ଜିଲ୍ଲାକୁ ସର୍ଭେରେ ସାମିଲ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାରୁ କେବଳ ଖୋର୍ଧା ଜିଲ୍ଲା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe