୫୪୦ ଶିକ୍ଷକଙ୍କୁ ମିଳିବ କମ୍ୟୁନିକେଟିଭ୍‌ ଇଂରାଜୀ ତାଲିମ

Advertisment
୫୪୦ ଶିକ୍ଷକଙ୍କୁ ମିଳିବ କମ୍ୟୁନିକେଟିଭ୍‌ ଇଂରାଜୀ ତାଲିମ

ଭୁବନେଶ୍ବର: ରାଜ୍ୟର ୩୦୦ ଆକାଂକ୍ଷୀ ସ୍କୁଲ ଚିହ୍ନଟ କରାଯାଇଛି। ସେଠାକାର ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍‌ ଇଂରାଜୀ ବିଷୟରେ ତାଲିମ ଦେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍‌’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ସ୍କୁଲ ସାମିଲ ହୋଇଥିବା ବେଳେ ଏବେ ରାଜ୍ୟର ବଳକା ୨୭୦ ସ୍କୁଲର ୫୪୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କମ୍ୟୁନିକେଟିଭ୍‌ ଇଂରାଜୀ ବିଷୟରେ ତାଲିମ ଦିଆଯିବ। ଆଜିଠାରୁ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାକି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। କେଉଁ ଦିନ କେଉଁ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ହେବ ତାହାର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି। ଭର୍ଚୁଆଲ୍‌ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କ୍ଲାସରୁମ୍‌ ଶିକ୍ଷାକୁ କିଭଳି ଅଧିକ ଚିତ୍ତାକର୍ଷକ କରାଯାଇପାରିବ ସେନେଇ ଶିକ୍ଷକଙ୍କୁ ତାଲିମ ଦିଆଯିବା ସହ ପିଲାମାନେ କିଭଳି ନିଜକୁ ନିଜେ ପଢ଼ିପାରିବେ ସେଦିଗରେ ବି ପଦ‌କ୍ଷେପ ନିଆଯାଇଛି। ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବାକୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe