ଗହୀରମଥାରେ ଅଣ୍ଡା ଦେଲେଣି ୫ ଲକ୍ଷ ୪୯ ହଜାର ୮୬୨ ଅଲିଭ୍‌ ରିଡ୍‌ଲେ

Advertisment

ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ ଏକକୂଳା ନାସୀରେ ୪ଦିନ ହେଲା ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି।

ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ ଏକକୂଳା ନାସୀରେ ୪ଦିନ ହେଲା ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି।

dgdgvcvf

ରାଜନଗର: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ ଏକକୂଳା ନାସୀରେ ୪ଦିନ ହେଲା ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଗତ ୬ ଦିନ ଭିତରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩ ହଜାର ୪୨୬ ଏବଂ ଏକକୂଳା ନାସୀରେ ୨ ଲକ୍ଷ ୯୬ ହଜାର ୪୩୬ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବନ ବିଭାଗର ସୂଚନା ମୁତାବକ ନାସୀ-୨ରେ ଗତ ୫ ତାରିଖ ୭୮ ହଜାର ୭୪୩ କଇଁଛ ଅଣ୍ଡାଦାନରେ ସାମିଲ ହୋଇଥିଲେ। ସେହିପରି ଗତ ୬ ତାରିଖ ୧ ଲକ୍ଷ ୧୪ ହଜାର ୨, ୭ ତାରିଖ ୭୧ ହଜାର ୯୧୨, ୮ ତାରିଖ ୩୧ ହଜାର ୭୭୯ କଇଁଛ ଅଣ୍ଡାଦାନ କରିଛନ୍ତି। 

ଏକକୂଳା ନାସୀରେ ୬ ତାରିଖ ୩ ହଜାର, ୭ ତାରିଖ ୧ ଲକ୍ଷ ୬୬ ହଜାର ୩୪୮ ଓ ୮ ତାରିଖ ୮୪ ହଜାର ୭୮ କଇଁଛ ଅଣ୍ଡାଦାନ କରି ସାରିଛନ୍ତି। ଗତକାଲି ସୁଦ୍ଧା ୫ ଲକ୍ଷ ୪୯ ହଜାର ୮୬୨ କଇଁଛ ଅଣ୍ଡାଦାନ କରିସାରିଛନ୍ତି। ମା’ କଇଁଛ ବେଳାଭୂମିର ନରମ ବାଲିରେ ପଛପଟ ଗୋଡ଼ରେ ୧ ଫୁଟରୁ ଦେଢ଼ ଫୁଟ ଗାତ ଖୋଳିବା ପରେ ପ୍ରାୟ ୧୦୦ଟି ଅଣ୍ଡା ଦେଉଛନ୍ତି। ଏହି ଅଣ୍ଡାର ଆକାର ପିଙ୍ଗପିଙ୍ଗ ବଲ୍‌ ଓ ଖୋଳପା ନମନୀୟ ଥିବାରୁ ତାହା ଫାଟିନଥାଏ। ଅଣ୍ଡା ଦେବା ପରେ ମା’ କଇଁଛ ଗାତକୁ ବାଲି ଘୋଡ଼ାଇ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟ ଉତ୍ତାପରେ ୪୫ ରୁ ୬୦ ଦିନ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ କଇଁଛ ଶାବକ ବାହାରିଥା’ନ୍ତି। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ଆରମ୍ଭ ହେବା ପରେ ଗହୀରମଥାର ନାସୀ ଦ୍ୱୀପରୁ ଅଳ୍ପ ଦୂରତାରେ ଥିବା ପ୍ରତିରକ୍ଷା ବିଭାଗ କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe