ଅବକାରୀ ଚଢ଼ଉ, ୫୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Advertisment
ଅବକାରୀ ଚଢ଼ଉ, ୫୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Alcohol and Drug Foundation

ବୌଦ୍ଧ: ଅବକାରୀ ବିଭାଗ ବୁଧବାର ଦୁଇଟି ସ୍ଥାନରେ ଚଢ଼ଉ କରି ୫୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ରାସ୍ତାରେ ଗଞ୍ଜେଇ ନେଇ ଯାଉଥିବା ମନମୁଣ୍ଡା ଥାନା କୁଠୁଲିପଡ଼ା ଗ୍ରାମର ସାନୁଜ କହଁର(୫୮)ଙ୍କ ଠାରୁ ୪୦ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

ସେହିପରି ମନମୁଣ୍ଡା ଥାନା ଗୋପାଲପୁର ଗ୍ରାମର ଶ୍ୟାମଘନ ବେହେରା(୩୬)ଙ୍କଠାରୁ ୧୫ କିଲୋ ଗଞ୍ଜେଇ ଜବତ ହୋଇଛି। ଚଢ଼ଉରେ ବୌଦ୍ଧ ସଦର ଦଳ ସହ ମନମୁଣ୍ଡା ଅବକାରୀ ଥାନାଧିକାରୀ ରମାକାନ୍ତ ଛନ୍ଦ, କନେଷ୍ଟବଳ ଶୁକେସିନୀ କୁଜୁର, ବିଜୟ ବାଘ, ନିରଞ୍ଜନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe