ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା: କୃତକାର୍ଯ୍ୟ ହେଲେ ୫୫୦ ପ୍ରାର୍ଥୀ

ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା: କୃତକାର୍ଯ୍ୟ ହେଲେ ୫୫୦ ପ୍ରାର୍ଥୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା କ୍ରୀଡ଼ା ଶିକ୍ଷକ ପଦବିରେ ନିଯୁକ୍ତି ନିମନ୍ତେ ଗତ ୫ ତାରିଖରେ ହୋଇଥିବା ଅନ୍‌ଲାଇନ୍‌ ପରୀକ୍ଷାର ଫଳ ଚୂଡ଼ାନ୍ତ ହୋଇଛି। ମୋଟ ୫୫୦ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରୁ ସାଧାରଣ ବର୍ଗର ୧୦୪, ଏସ୍‌ଇବିସି ବର୍ଗର ୩୮୦, ଅନୁସୂଚିତ ଜାତି ବର୍ଗର ୪୮ ଓ ଅନୁସୂଚିତ ଜନଜାତି ବର୍ଗର ୧୮ ପ୍ରାର୍ଥୀ ଅଟନ୍ତି। ପ୍ରାର୍ଥୀମାନେ ତାଙ୍କ ପରୀକ୍ଷା ଫଳ ୱେବସାଇଟ୍‌ dseodisha.inରେ ଲଗ୍‌ଇନ୍‌ କରି ଦେଖି ପାରିବେ।

ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଆସନ୍ତା ୨୯ ତାରିଖରେ ନିଜ ସ୍ଥାୟୀ ଠିକଣା ଜିଲ୍ଳାରେ ହେବ। ଏହା ପାଇଁ ସବିଶେଷ ସୂଚନା ଖୁବ୍‌ ଶୀଘ୍ର ୱେବସାଇଟ୍‌ରେ ପ୍ରକାଶିତ ହେବ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଙ୍କ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe