୩୧ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୫୫୦ କରୋନା ପଜିଟିଭ୍‌

Advertisment

ସ୍ଥାନୀୟ ସଂକ୍ରମଣ ୩୦୭ ଜଣ, ସୁସ୍ଥ ହେଲେ ୨୭୨ ଜଣ କରୋନା ଆକ୍ରାନ୍ତ

ସ୍ଥାନୀୟ ସଂକ୍ରମଣ ୩୦୭ ଜଣ, ସୁସ୍ଥ ହେଲେ ୨୭୨ ଜଣ କରୋନା ଆକ୍ରାନ୍ତ

୩୧ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୫୫୦ କରୋନା ପଜିଟିଭ୍‌

ଭୁବନେଶ୍ୱର: ଗଣମାଧ୍ୟମର ୩୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଆଜି ୫୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ବିଏମ୍‌ସି ତରଫରୁ କୁହାଯାଇଛି ଯେ, ୨୪୩ ଜଣ ଆକ୍ରାନ୍ତ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ଏଥିରୁ ୨ ଜଣଙ୍କ ଯାତ୍ରା ଇତିହାସ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି। ଆଜି ୩୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୭୨ ଜଣ ସୁସ୍ଥ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏଯାବତ ୧୨ ହଜାର ୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫୨୩ ଜଣ ସୁସ୍ଥ ହୋଇଛନ୍ତି। ୪ ହଜାର ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୪୬ ଜଣଙ୍କର ମୃତ୍ୟୁ ହୋଇଛି।

publive-image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ନୟାପଲ୍ଲୀ କେଳା ବସ୍ତିରୁ ୧୧ ଜଣ, ବଡ଼ଗଡ଼ ବ୍ରିଟ କଲୋନିରୁ ୧୦ ଜଣ ଆଇଆରସି ଭିଲେଜରୁ ୯ ଜଣ, ପାତ୍ରପଡ଼ାରୁ ୮ ଜଣ, ପଟିଆରୁ ୭ ଜଣ, ଶୈଳଶ୍ରୀ ବିହାର ଓ ବିଡିଏ କଲୋନିରୁ ୬-୬ ଜଣ ଅଛନ୍ତି।

publive-image

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡୁମଡୁମା ପିଏଚ୍‌-୧ରୁ ୧୩ ଜଣ, ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୯ ଜଣ, ନିଳାଦ୍ରୀ ବିହାର ସେକ୍ଟର-୧ରୁ ୯ ଜଣ, ନୟାପଲ୍ଲୀରୁ ୮ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe