କେନ୍ଦୁପତ୍ର ହିତାଧିକାରୀଙ୍କୁ ୫୬ କୋଟିର ବୋନସ୍‌

Advertisment

ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ, ୨୦୨୨ରେ ରେକର୍ଡ ପରିମାଣର ଆର୍ଥିକ ସହାୟତା

ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ, ୨୦୨୨ରେ ରେକର୍ଡ ପରିମାଣର ଆର୍ଥିକ ସହାୟତା

କେନ୍ଦୁପତ୍ର ହିତାଧିକାରୀଙ୍କୁ ୫୬ କୋଟିର ବୋନସ୍‌

ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ଚଳିତ ମାସରେ ପାଇବେ।

୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ୨୦୨୨ ଶସ୍ୟ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୧୧୧.୨୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ, ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮. ୮୩ କୋଟି ଟଙ୍କାର ବୋନସ ଓ ସହାୟତା ପ୍ରଦାନ କରାଯାଇଥିଲା। ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ୨୦୨୧ ମସିହା ଠାରୁ ୧୧୧ ପ୍ରତିଶତ ଅଧିକ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦୁପତ୍ର ହିତାଧିକାରୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଆର୍ଥିକ ସହାୟତା ବିଶେଷ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe