ରାଜ୍ୟର ବିଶ୍ବବିଦ୍ୟାଳୟରେ ୫୭ ପ୍ରତିଶତ ଶିକ୍ଷକ, ୫୮% ଅଣଶିକ୍ଷକ ପଦବି ଖାଲି

ରାଜ୍ୟର ବିଶ୍ବବିଦ୍ୟାଳୟରେ ୫୭ ପ୍ରତିଶତ ଶିକ୍ଷକ, ୫୮% ଅଣଶିକ୍ଷକ ପଦବି ଖାଲି

ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି। ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଏକ ତାରକା ପ୍ରଶ୍ନରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହି ଉତ୍ତର ରଖିଛନ୍ତି।

ରାଜ୍ୟରେ ପ୍ରତିଷ୍ଠିତ ୧୫ ଗୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟରେ କୌଣସି ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ପ୍ରଦାନ କରାଯାଇନଥିବା ବେଳେ ଅବଶିଷ୍ଟ ୧୨ ଗୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୬ ଗୋଟି ପ୍ରଫେସର, ୧୨ ଗୋଟି ଆସୋସିଏଟ୍ ପ୍ରଫେସର ଏବଂ ୩୨ ଗୋଟି ଆସିଷ୍ଟାଣ୍ଟ ପ୍ରଫେସର ସମୁଦାୟ ୫୦ ଗୋଟି ପଦବି ମଧ୍ୟରୁ ଗୋଟିଏ ପଦବି ପୂରଣ ହୋଇନାହିଁ। ଏହି ପୂରାତନ ବିଶ୍ୱବିଦ୍ୟାଳୟ କେବଳ ୭ ଜଣ ଅଣଶିକ୍ଷକ ପଦବିରେ ପାଠ ପଢା ହେଉଛି।

publive-image Photo: Odisha Bytes

ରାଜ୍ୟରେ ୧୨ ଗୋଟି ବିଶ୍ୱବିଦ୍ୟାଳୟରେ ସମୁଦାୟ ୨୪୩ଟି ଶିକ୍ଷକ ପଦବି ମଧ୍ୟରୁ ୧୮୧ ଟି ପଦବି ଖାଲି ଅର୍ଥାତ୍ ୫୬.୯୩ ପ୍ରତିଶତ ପଦବି ଖାଲି ରହିଛି। ଅଣଶିକ୍ଷକ ୨୬୩୯ ଟି ପଦବି ମଧ୍ୟରୁ ୧୫୩୪ଟି ପଦବି ଖାଲି ଅର୍ଥାତ୍ ୫୮.୧୨ ପ୍ରତିଶତ ପଦବି ଖାଲି ରହିଛି। ସରକାର ଉଦ୍‌ଘାଟନ କରିଥିବା ଖଲ୍ଲିକୋଟ ୟୁନିଟାରୀ ୟୁନିଭରସିଟି, ବିକ୍ରମଦେବ ୟୁନିଭର୍‌ସିଟି ଏବଂ ଧରଣୀଧର ୟୁନିଭରସିଟିରେ ଗୋଟିଏ ବି ଶିକ୍ଷକ ଅଣଶିକ୍ଷକ ପଦବି ଅଦ୍ୟାବଧି ସୃଷ୍ଟି କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe