ସାଇକୃପା କଲେଜରେ ୫୭ ଜଣ କରୋନା ପଜିଟିଭ୍‌, ଅଧ୍ୟକ୍ଷଙ୍କ ନାଁରେ ଏତଲା

Advertisment
ସାଇକୃପା କଲେଜରେ ୫୭ ଜଣ କରୋନା ପଜିଟିଭ୍‌, ଅଧ୍ୟକ୍ଷଙ୍କ ନାଁରେ ଏତଲା

ଢେଙ୍କାନାଳ: ସ୍ଥାନୀୟ ସାଇକୃପା ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି। ଏଥି ସହିତ ଏହି କଲେଜରେ ସଂକ୍ରମିତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। କଲେଜ ଅଧ୍ୟକ୍ଷ ତଥା ମାଲିକ ଅନ୍ନଦା ପ୍ରସାଦଙ୍କ ନାଁରେ ଏତଲା  ଦିଆଯାଇଛି। ଟାଉନ୍‌ ଥାନାରେ ଢେଙ୍କାନାଳ ପୌର ପରିଷଦଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ଗତକାଲି ୩୩ ଜଣ ଓ ନଭେମ୍ବର ୩୦ ତାରିଖରେ ୪ ଜଣଙ୍କର ନମୁନା ପଜିଟିଭ ଆସିଥିଲା।

publive-image

ସୂଚନାଯୋଗ୍ୟ କଲେଜରେ କିଛି ଛାତ୍ରଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହା ପରେ କର୍ତ୍ତୃପକ୍ଷ ୨୬୦ ଜଣ ଛାତ୍ରଛାତ୍ରୀ, କଲେଜ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଇ ଥିଲେ। ଏଥିରୁ ଗତକାଲି ସୁଦ୍ଧା ୨୧୦ ଜଣଙ୍କର ରିପୋର୍ଟ ଆସିଥିଲା। ଏହି ରିପୋର୍ଟରେ ୩୩ ଜଣଙ୍କ ନମୁନା ପଜିଟିଭ ଥିବା ଜଣାପଡ଼ିଥିଲା। ବାକି ୫୦ ଜଣଙ୍କର ମଧ୍ୟରୁ ୨୦ ଜଣଙ୍କର ନମୁନାରେ ପଜିଟିଭ ଆସିଛି। ତେବେ ୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସାଇକୃପା କଲେଜ୍‌କୁ ସିଲ କରିଦିଆଯାଇଛି। ପିଲାମାନଙ୍କୁ ଘରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe