୫୮ହଜାର ଉଚ୍ଚ ଶିକ୍ଷାନୁଷ୍ଠାନ ସାମିଲ ଜରୁରି: ଧର୍ମେନ୍ଦ୍ର

Advertisment

ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍-୨୦୨୪ ଉନ୍ମୋଚିତ

ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍-୨୦୨୪ ଉନ୍ମୋଚିତ

୫୮ହଜାର ଉଚ୍ଚ ଶିକ୍ଷାନୁଷ୍ଠାନ ସାମିଲ ଜରୁରି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ)ର ନବମ ସଂସ୍କରଣକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ କହିଲେ ଦେଶର ୫୮ ହଜାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଙ୍ଗ୍‌ ଓ ରେଟିଂ ଫ୍ରେମ୍‌ୱାର୍କକୁ ଆଣିବା ଜରୁରୀ। ରାଙ୍କିଙ୍ଗ୍‌, ରେଟିଂ ଓ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ। ଦେଶର ଏହି ମାନ୍ୟତା ଢାଞ୍ଚାରେ କିଛି ସଂସ୍କାର କରାଯାଇଛି। ଶିକ୍ଷାଦାନ, ଇନୋଭେସନ, ଗବେଷଣା, ସ୍ନାତକ ରେଜଲ୍ଟ ସମେତ ଅନ୍ୟାନ୍ୟ ମାନଦଣ୍ଡରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଇଣ୍ଡିଆ ରାଙ୍କିଙ୍ଗ୍‌ରେ ଗୌରବ ଅର୍ଜନ କରିଛନ୍ତି। ଶିକ୍ଷାନୁଷ୍ଠାନର ଗୁଣବତ୍ତା, ପ୍ରଦର୍ଶନ ଓ ଶକ୍ତି ଜାଣିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଅଧିକାର। ତେଣୁ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ରାଙ୍କିଙ୍ଗ୍‌ ଓ ରେଟିଂ ଢାଞ୍ଚାରେ ଆସିବା ଦରକାର। ନିଯୁକ୍ତି ଦକ୍ଷତାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଥିବାରୁ ରାଙ୍କିଙ୍ଗ୍ ବ୍ୟବସ୍ଥାରେ ଦକ୍ଷତାକୁ ଏକ ପାରାମିଟର୍‌ ଭାବରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିବା ସହ ଭବିଷ୍ୟତରେ ସର୍ବୋକୃଷ୍ଟ ମାନ୍ୟତା ପାଇଁ ପ୍ରୟାସ କରିବା ଆବଶ୍ୟକ। ସମସ୍ତେ ମିଳିମିଶି ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବାକୁ ଶିକ୍ଷାଗତ ଉତ୍କର୍ଷର ବାତାବରଣ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ।

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଆଇଆଇଟି ମାଡ୍ରାସ୍ ପୁରସ୍କୃତ

ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାର ନବମ ସଂସ୍କରଣରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିଶ୍ୱବିଦ୍ୟାଳୟ ନାମରେ ତିନୋଟି ନୂତନ ବର୍ଗର ପ୍ରଚଳନ ହୋଇଛି। ଏଥିସହ ଏନ୍‌ଆଇଆରଏଫ୍‌ ଫ୍ରେମଵାର୍କ ବ୍ୟବହାର କରି ଇଣ୍ଡିଆ ରାଙ୍କିଙ୍ଗ୍‌ରେ ‘ଇନୋଭେସନ’ ରାଙ୍କିଙ୍ଗ୍‌ର ଏକୀକରଣ ହୋଇଛି। ଏନ୍‌ଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ କ୍ରମାଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାମଗ୍ରିକ ବର୍ଗରେ ୬ଷ୍ଠ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଛି। ଇଞ୍ଜିନିୟରିଂରେ କ୍ରମାଗତ ନବମ ବର୍ଷ ଅର୍ଥାତ୍ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସ୍ଥାନରେ ରହିଛି। ସେହିପରି ସାମଗ୍ରିକ ବର୍ଗରେ ୨୩ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, ୧୬ଟି ଆଇଆଇଟି, ୯ଟି ଏନ୍ଆଇଟି, ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ଟି ଘରୋଇ ବିଶ୍ୱବିଦ୍ୟାଳୟ, ୪ଟି ଲେଖାଏଁ ଏମ୍ସ, ଆଇଆଇଏସ୍ଇଆର୍ ଓ ସରକାରୀ ଡିମ୍ଡ ବିଶ୍ୱବିଦ୍ୟାଳୟ, ୩ଟି ସିଏଫ୍‌ଟିଆଇ ଓ ଗୋଟିଏ କଲେଜ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe