ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ: ମାଲକାନଗିରି ଜିଲ୍ଲାରେ ରହିଛି ୫୯ଟି ସମ୍ବେଦନଶୀଳ ବୁଥ 

Advertisment

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ବ୍ଲକର ୩ଟି ଜୋନରେ ନିର୍ବାଚନ ହେବ

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ବ୍ଲକର ୩ଟି ଜୋନରେ ନିର୍ବାଚନ ହେବ

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ: ମାଲକାନଗିରି ଜିଲ୍ଲାରେ ରହିଛି ୫୯ଟି ସମ୍ବେଦନଶୀଳ ବୁଥ 

ମାଲକାନଗିରି: ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ପ୍ରିଜାଇଡିଂ ଅଧିକାରୀମାନେ ନିଜ ନିଜ ଭୋଟଦାନ କେନ୍ଦ୍ରରେ ପହଞ୍ଚିସାରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଚାଲିଛି। ମାଲକାନଗିରି ବ୍ଲକର ତିନୋଟି ଜୋନରେ ନିର୍ବାଚନ ହେବ। ଏଥିରେ ମୋଟ୍‌ ୨୬୪ ବୁଥ ରହିଛି। ଏଥିରୁ ମାଲକାନଗିରି ଜୋନ-୧ରେ ୧୪ଟି ଅତି ସମ୍ବେଦନଶୀଳ ଏବଂ ୨୫ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୬୮ଟି ବୁଥ ସମ୍ବେଦନଶୀଳ ନୁହେଁ।

ସେହିପରି ଜୋନ-୨ରେ ୨ଟି ଅତି-ସମ୍ବେଦନଶୀଳ,୧୯ଟି ସମ୍ବେଦନଶୀଳ ଏବଂ ୬୪ଟି ସମ୍ବେଦନଶୀଳ ବୁଥ ନୁହେଁ।ଜୋନ-୩ରେ ୪ଟି ଅତି ସମ୍ବେଦନଶୀଳ,୧୫ଟି ସମ୍ବେଦନଶୀଳ ଏବଂ ୫୩ଟି ସମ୍ବେଦନଶୀଳ ନୁହେଁ ବୋଲି ଜଣାପଡିଛି। ତେବେ ଏହି ତିନୋଟି ଜୋନରେ ମୋଟରେ ୨୦ଟି ଅତିସମ୍ବେଦନଶୀଳ, ୫୯ଟି ସମ୍ବେଦନଶୀଳ ଏବଂ ୧୮୫ଟି ସମ୍ବେଦନଶୀଳ ବୁଥ ନୁହେଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ତିନୋଟି ଜୋନରେ ମୋଟ ୭୦,୪୭୪ ଭୋଟର ରହିଥିବା ବେଳେ ସେଥିରୁ ପୁରୁଷ ଭୋଟର ସଂଖ୍ୟା ୩୪,୧୯୪ ଏବଂ ମହିଳା ଭୋଟର ସଂଖ୍ୟା ୩୬,୨୮୦ ବୋଲି ଜଣାପଡିଛି।

publive-image

ମାଲକାନଗିରି ବ୍ଲକର ୩ଟି ଜୋନ ମଧ୍ୟରୁ ପ୍ରଥମ ଜୋନରେ ବିଜେପିର କନକଲତା ଖୁରାମି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର କୁନି ଭୁମିଆ ଏବଂ କଂଗ୍ରେସର ସବିତା କୁରାମି। ଜୋନ-୨ରେ ବିଜେପିର ବିନାୟକ ମାଡକାମୀ, ବିଜେଡିର ମୁକା ମାଡକାମୀ ଏବଂ କଂଗ୍ରେସର ଲଛୁ ଆଜମିରା। ଜୋନ-୩ରେ ବିଜେପିର ହଳଧର ଵାଙ୍କଡାତ, ବିଜେଡିର ହିମାଂଶୁ ସାମଲ, କଂଗ୍ରେସର କୃଷ୍ଣ ଚନ୍ଦ୍ର ଅନୁଗୁ ଏବଂ ସ୍ବାଧୀନ ପ୍ରାର୍ଥୀନୀ ଜୟନ୍ତୀ ବୁରୁଦା। ଗତ ନିର୍ବାଚନର ବିଜୟ ଧାରାକୁ ଏଥର ମଧ୍ୟ ଜାରି ରଖିବ ବୋଲି ବିଜେପି ଦୃଢକ୍ତି ପ୍ରକାଶ କରିଛି। ଗତ ନିର୍ବାଚନରେ ଜୋନ-୧ ଏବଂ ଜୋନ-୨କୁ ବିଜେପି ହାତେଇ ଥିବା ବେଳେ ଜୋନ-୩କୁ ବିଜେଡି ଜିତିଥିଲା। ତେବେ ଚଳିତ ନିର୍ବାଚନରେ ଜୋନ-୩କୂ ମଧ୍ୟ ବିଜେପି ହାତେଇ ନେବ ବୋଲି ଆଶା ପ୍ରକଟ କରିଛି। ବିଜେପିର ଷ୍ଟାର ପ୍ରଚାରକମାନେ ଏହି ତିନୋଟି ଜୋନରେ ଦିନରାତି ଏକ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe