୫୯ତମ ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ : ଏବର୍ଷ ପ୍ରାଣବଳି ଦେଇଛନ୍ତି ୪୧୪ ଯବାନ

Advertisment

ଉତ୍ତରପ୍ରଦେଶରୁ ସର୍ବାଧିକ ୬୭, ଓଡ଼ିଶାରୁ ଜଣେ

ଉତ୍ତରପ୍ରଦେଶରୁ ସର୍ବାଧିକ ୬୭, ଓଡ଼ିଶାରୁ ଜଣେ

୫୯ତମ ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ : ଏବର୍ଷ ପ୍ରାଣବଳି ଦେଇଛନ୍ତି ୪୧୪ ଯବାନ

କଟକ : ୫୯ତମ ରାଜ୍ୟ ପୁଲିସ ସହିଦ ଦିବସ ଆଜି ପୁଲିସ ମୁଖ୍ୟାଳୟ ପରିସରରେ ପାଳିତ ହୋଇଛି। ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ବିଭାଗରେ ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସହିଦଙ୍କ ଉଦ୍ଦେଶ୍ୟରେ ଆରକ୍ଷୀ ବାହିନୀ ତରଫରୁ ତୋପ ସଲାମି ପ୍ରଦର୍ଶନ କରାଯିବା ସହ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଝାରସୁଗୁଡାର ଉପଦୁର୍ଗପତି ଆଶିଷ କୁମାର ଦୁବେଙ୍କ ନେତୃତ୍ବରେ ପ୍ୟାରେଡ୍‌ ପରିଚାଳିତ ହୋଇଥିଲା।

ଚଳିତବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରକ୍ଷୀ ବିଭାଗର ମୋଟ ୪୧୪ ଜଣ ଯବାନ ପ୍ରାଣବଳି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୬, ଆଣ୍ତାମାନ ନିକୋବର ୧, ଆସାମରୁ ୨, ବିହାରରୁ ୧୦, ଛତିଶଗଡ ୨୫, ଦିଲ୍ଲୀ ୧୩, ଗୁଜରାଟରୁ ୧, ହରିୟାଣା ୨, ଜାମ୍ମୁ ଓ କାଶ୍ମୀରରୁ ୪୬, ଝାଡଖଣ୍ତରୁ ୭, କର୍ଣ୍ଣାଟକ ୧୫, କେରଳ ୬, ମଧ୍ୟପ୍ରଦେଶରୁ ୮, ମହାରାଷ୍ଟ୍ର ୩, ମଣିପୁର ୩, ମେଘାଳୟ ୧, ରାଜସ୍ଥାନ ୧, ସିକିମ ୧, ତାମିଲନାଡୁ ୨, ତେଲଙ୍ଗାନା ୨, ତ୍ରିପୁରା ୧, ଉରପ୍ରଦେଶରୁ ସର୍ବାଧିକ ୬୭, ଉତ୍ତରାଖଣ୍ତରୁ ୨, ପଶ୍ଚିମବଙ୍ଗରୁ ୧୮ ଜଣଙ୍କ ସହିତ ଆସାମ ରାଇଫଲରୁ ୮, ବିଏସ୍‌ଏଫ୍‌ ୪୨, ସିଆଇଏସ୍‌ଏଫ୍‌ରୁ ୯, ସିଆରପିଏଫ୍‌ ୨୭, ଏଫ୍‌ଏସ୍‌, ସିଡି ଏବ˚ ଏଚଜିରୁ ୨୦, ଆଇଟିବିପିରୁ ୩୪, ଏନସିବି ୧, ଏନଡିଆରଏଫ ୩, ଆରପିଏଫ ୨୫, ଏସଏସବିର ଜଣେ ଯବାନ କର୍ତ୍ତବ୍ୟ ସ˚ପାଦନ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବେଳେ ଓଡିଶାରୁ ଏକମାତ୍ର କନଷ୍ଟେବଳ ସଞ୍ଜୟ ମାଝୀ ସହିଦ ହୋଇଛନ୍ତି। ଏହି ଅବସରରେ ଆଇଜି ଅସିତ କୁମାର ପାଣିଗ୍ରାହୀ ସହିଦଙ୍କ ନାମ ପାଠ କରିଥିଲେ। ସେହିପରି ସହିଦ ସିଆରପିଏଫ ଯବାନ ମନୋରଞ୍ଜନ ଲେଙ୍କା, ଆର.ଏନ ମାହାକୁଡ, ଓଡିଶା ପୁଲିସର ଭୋଳା ନାୟକ, ଦଣ୍ତପାଣି ମିଶ୍ର, ସେକ ସମିରଉଦ୍ଦିନ, ପାର୍ଥରଞ୍ଜନ ବେହେରା, ସୁରେନ୍ଦ୍ର ଚନ୍ଦ୍ର ଧଳ ଓ ଶିବାଶିଷ ପଣ୍ତାଙ୍କ ପରିବାର ସଦସ୍ୟଙ୍କୁ ଡିଜିପି ଡାକ୍ତର ଶର୍ମା ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe