ମଣ୍ଡିରେ ପଡ଼ିଛି ୫୯ହଜାର ବସ୍ତା ଧାନ: ନିୟମିତ ଉଠୁନି ଧାନ, ଚାଷୀ ମହଲରେ ଅସନ୍ତୋଷ

ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭକୁ ଅଢ଼େଇ ମାସ ବିତିଲାଣି। ଅଥଚ ମଣ୍ଡିରୁ ନିୟମିତ ଧାନ ଉଠିପାରୁନି। ରବିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୫୯ହଜାର ବସ୍ତା ଧାନ ପଡ଼ି ରହିଛି।

sffsxcd

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭକୁ ଅଢ଼େଇ ମାସ ବିତିଲାଣି। ଅଥଚ ମଣ୍ଡିରୁ ନିୟମିତ ଧାନ ଉଠିପାରୁନି। ରବିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୫୯ହଜାର ବସ୍ତା ଧାନ ପଡ଼ି ରହିଛି। ଯେଉଁ ଅଞ୍ଚଳରେ ମିଲ୍ ନାହିଁ ସେହି ଅଞ୍ଚଳର ମଣ୍ଡିରୁ ଧାନ ଉଠିବାରେ ସମସ୍ୟା ହେଉଥିବା କୁହାଯାଇଛି। ଅପରପକ୍ଷରେ ଚାଷୀଙ୍କ ଟୋକନ୍ ଅବଧି ସରି ଆସୁଥିବା ବେଳେ ଚକ୍ଷୁ ସ୍କାନ୍‌ ହେଉନଥିବାରୁ ଅନେକ ଚାଷୀ ଧାନ ବିକ୍ରିକୁ ନେଇ ଆଶଙ୍କାରେ ପଡ଼ିଛନ୍ତି।

ଚନ୍ଦାହାଣ୍ଡି ବ୍ଲକ୍‌ରେ ଥିବା ମଣ୍ଡିଗୁଡ଼ିକରେ ବହୁତ ପରିମାଣର ଧାନ ବସ୍ତା ପଡ଼ିରହିଛି। ବ୍ଲକ୍‌ର ପୂଜାରୀଗୁଡ଼ା ମଣ୍ଡିରେ ୪୧୦୦ ବସ୍ତା, ଧୋଡ଼ିପାଣି ମଣ୍ଡିରେ ୧୦୨୩୫ ବସ୍ତା, ଚିଲଗାଁ ମଣ୍ଡିରେ ୩୫୦୦ ବସ୍ତା, କୋଇଲିମୁଣ୍ଡା ମଣ୍ଡିରେ ୭୪୦୦ ବସ୍ତା ଓ ଶ୍ରଦ୍ଧାପୁର ମଣ୍ଡିରେ ୩୧୦୦ ବସ୍ତା ଏହିପରି ପ୍ରାୟ ୨୮ ହଜାର ବସ୍ତା ଧାନ ପଡ଼ି ରହିଛି। ସେହିପରି କୋଷାଗୁମୁଡ଼ା ବ୍ଲକର କୋଡ଼ିଙ୍ଗା, ମଦେଗାଁ ଓ କୋଷାଗୁମୁଡ଼ା ମଣ୍ଡି, ରାଇଘର ବ୍ଲକର ରାଇଘର ଓ ହାଟଭରାଣ୍ଡି ମଣ୍ଡି, ଝରିଗାଁ ବ୍ଲକର ଚଚ୍ଚା, ଚାଟିଗୁଡ଼ା ଓ ବେଲଗାଁ ମଣ୍ଡି ଏବଂ ଉମରକୋଟ ବ୍ଲକ ଜାମରୁଣ୍ଡା ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ଚନ୍ଦାହାଣ୍ଡି ବ୍ଲକରେ ଆବଶ୍ୟକ ପରିମାଣର ଧାନ ମିଲ୍‌ ନଥିବା ଏବଂ ଘାଟି ରାସ୍ତା ହୋଇଥିବାରୁ ବଡ଼ ଗାଡ଼ିରେ ମିଲର୍ସ ଧାନ ପରିବହନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଧାନ ଉଠିପାରୁନି। ମଣ୍ଡିରୁ ଧାନ ଉଠିବାରେ ଲାଗି ରହିଥିବା ଅସୁବିଧା ଏବଂ ଚାଷୀଙ୍କ ଅସନ୍ତୋଷ ସମ୍ପର୍କରେ ଚନ୍ଦାହାଣ୍ଡି ଅଞ୍ଚଳର ସାମାଜିକ କର୍ମୀ ହେମ ପ୍ରସାଦ ଜଗତ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅବଗତ କରିଛନ୍ତି। 

ନବରଙ୍ଗପୁର ଜିଲ୍ଲାକୁ ୨ଟି ପର୍ଯ୍ୟାୟରେ ୨୫ ଲକ୍ଷ ୭୮ ହଜାର କ୍ବିଣ୍ଟାଲ୍‌ ଧାନ କିଣିବା ପାଇଁ ଟାର୍ଗେଟ୍ ଆସିଥିବା ବେ‌ଳେ ଫେବ୍ରୁଆରି ୨୪ ସକାଳ ସୁଦ୍ଧା ୨୩ ଲକ୍ଷ ୩୪ ହଜାର କ୍ବିଣ୍ଟାଲ ଧାନ ଉଠିଥିବା ଜଣାପଡ଼ିଛି। ମଣ୍ଡି ଗୁଡ଼ିକରେ ଖୋଲା ଆକାଶ ତଳେ ଧାନ ପଡ଼ି ଥିବାରୁ ତୁରନ୍ତ ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe