ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମିଳିବ ୫ଜି ସେବା

Advertisment
ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୫ଜି ସେବା

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୫ଜି ଟେଲିଫୋନ ସେବା ଆରମ୍ଭ ହେବ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଦିନ ପୁରୀଠାରେ ଆାୟୋଜିତ ବିଜେପିର ରାଜ୍ୟସ୍ତରୀୟ ‌ପ୍ରଶିକ୍ଷଣ ଶିବିରରେ ଯୋଗଦେବା ଅବସରରେ ରାଜ୍ୟବାସୀଙ୍କୁ ଏହି ଖବର ଦେଇଛନ୍ତି। ପୂର୍ବରୁ ଦେଶରେ ୧୩ଟି
ସହରରେ ୫ଜି ସେବା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ସେଥିରେ ସ୍ମାର୍ଟସିଟି ଭୁବନେଶ୍ବର କିମ୍ବା ଓଡ଼ିଶାର ଅନ୍ୟ କୌଣସି ସହର ସ୍ଥାନ ପାଇ ନଥିଲା। କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ନମିଳିବା ଖବର ଅନେକଙ୍କୁ ଚକିତ କରିଥିଲା। ଆଜି କିନ୍ତୁ ମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଦେଶରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ ଏହି ସେବା ଉପଲବ୍ଧ ହେବ। ଦେଶରେ ଖୁବଶୀଘ୍ର ‌୫ଜି ସେବା ଆରମ୍ଭ କରିବା ଲାଗି ଦୂରସଂଚାର ବିଭାଗ ତ୍ବରିତ ବେଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି।

publive-image

ନିକଟରେ ଭୋଡ଼ାଫୋନ ଆଇଡିଆ, ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଆଦାନି ଡାଟା ଏଣ୍ଟରପ୍ରାଇଜେସ୍‌ ୫ଜି ସ୍ପେକ୍ଟ୍ରମ କିଣି ସାରିଛନ୍ତି। ଆସନ୍ତା ଦୀପାବଳି ସୁଦ୍ଧା ଦେଶରେ ୫ଜି ସେବା ଜିଓ ଆରମ୍ଭ କରିବ ବୋଲି କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସୂଚନା ଦେଇଥିଲେ।

ସେହିଭଳି ୫ଜି ସେବା ଆରମ୍ଭ ଦ୍ବାରା ଲୋକଙ୍କ ଉପରେ ଏହାର ବିକିରଣ ପ୍ରଭାବ ବଢ଼ିଯିବ ବୋଲି ଯାହା କୁହାଯାଉଛି ତାହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ‌ବୈଷ୍ଣବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ବିକିରଣ ତୁଳନାରେ ୧୦ ଗୁଣା କମ୍ ବିକିରଣ ହେବ। ୪ଜି ତୁଳନାରେ ୫ଜିରେ ୧୦ ଗୁଣା ଅଧିକ ବେଗରେ ଗ୍ରାହକମାନେ ସେବା ପାଇବେ। ୨ଜି ନେଟୱର୍କରେ ଯେଉଁ ଫାଇଲ ଡାଉନଲୋଡ ପାଇଁ ୫୬ ଘଣ୍ଟା, ୩ଜିରେ ୨ ଘଣ୍ଟା, ୪ଜିରେ ୪୦ ମିନିଟ ଲାଗୁଥିଲାବେଳେ ୫ଜି ନେଟୱର୍କରେ ତାହା ମାତ୍ର ୩୫ ସେକେଣ୍ଡ ସମୟ ନେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe