ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ୫ଟି ଅଧ୍ୟକ୍ଷ। ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ।

publive-image

ସୂଚନାଯୋଗ୍ୟ, ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ଉଦଘାଟନ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe