‘୫-ଟି’କୁ ନେଇ ଭାରତୀୟ ବିକାଶ ପରିଷଦର ଆପତ୍ତି

Advertisment
‘୫-ଟି’କୁ ନେଇ ଭାରତୀୟ ବିକାଶ ପରିଷଦର ଆପତ୍ତି

Tathya

ଭୁବନେଶ୍ବର : ରାଜ୍ୟରେ ଚାଲିଥିବା ‘୫-ଟି’ବିଭାଗକୁ ନେଇ ଆପତ୍ତି ଉଠାଇଛି ଭାରତୀୟ ବିକାଶ ପରିଷଦ। ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ଶ୍ରୀ ପାଣିଗ୍ରାହୀ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିବା ସହ ‘୫-ଟି’ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ‘୫-ଟି’ ବିଭାଗ ଗଠନ ଓଡ଼ିଶା ସରକାରଙ୍କ ରୁଲ୍‌ସ ଅଫ ୧୯୫୦ର ଉଲ୍ଲଂଘନ ଅଟେ। ଭାରତୀୟ ସମ୍ବିଧାନର ଧାରା ୧୬୬ ପ୍ରକାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪ଟି ବିଭାଗ କାର୍ଯ୍ୟ କରୁଛି। ‘୫-ଟି’ ଭାବେ କୌଣସି ବିଭାଗ ଓଡ଼ିଶାରେ ନାହିଁ। ରାଜ୍ୟ କ୍ୟାବିନେଟର ଅନୁମୋଦନ ସହିତ ରାଜ୍ୟପାଳଙ୍କ ସ୍ବୀକୃତି ଅନୁଯାୟୀ ନୂତନ ବିଭାଗ ଗଠନ ହେବା କଥା। କିନ୍ତୁ ଏ କ୍ଷେତ୍ରରେ ଏହି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ସେ ଆହୁରି ମଧ୍ୟ କାଳିଆ ଯୋଜନା ଓ ଖାଦ୍ୟ ସୁରକ୍ଷା ଆଇନ ଯୋଜନାକୁ ସମାଲୋଚନା କରିଛନ୍ତି। କାଳିଆ ଯୋଜନାରେ ୨୦୧୩ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୧୯ ଲକ୍ଷ ଅବୈଧ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରି ରାଜକୋଷରୁ ୨୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହିସବୁ ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ଶ୍ରୀ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe