ପୁରୀ ସୌନ୍ଦର୍ଯ୍ୟୀକରଣ ପାଇଁ ୫ଟି ସଂସ୍ଥା ମଡେଲ ଉପସ୍ଥାପନ କଲେ

Advertisment
ପୁରୀ ସୌନ୍ଦର୍ଯ୍ୟୀକରଣ ପାଇଁ ୫ଟି ସଂସ୍ଥା ମଡେଲ ଉପସ୍ଥାପନ କଲେ

ଭୁବନେଶ୍ବର,: ପୁରୀକୁ ଐତିହ୍ୟ ସହରର ରୂପ ଦେବା ସହିତ ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଖାଲି ସ୍ଥାନର ବିକାଶ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ୫ଟି ସ୍ଥପତି ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ବିଭିନ୍ନ ମଡେଲ ଉପସ୍ଥାପନ କରିଛନ୍ତି। ଖୁବଶୀଘ୍ର ସରକାର ଗୋଟିଏ ସଂସ୍ଥାକୁ ଚୟନ କରି ପୁରୀ ସୌନ୍ଦର୍ଯ୍ୟୀକରଣ ଦାୟିତ୍ବ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରୁ ଆସୁଥିବା ଭକ୍ତମାନେ ଯେପରି ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଏପରିକି ଭକ୍ତଙ୍କ ବିଭିନ୍ନ ପ୍ରକାର ପୂଜା ପାଠ ଓ ଜପତପ କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ କରିବାକୁ ୫ଟି ଯାକ ସଂସ୍ଥା ବିଭିନ୍ନ ଢାଞ୍ଚା ଉପସ୍ଥାପନ କରିଥିଲେ। ଭକ୍ତଙ୍କ ପାଇଁ ଭୂତଳ ଶୌଚାଳୟ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏହା ସହିତ ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ କେଉଁ ସ୍ଥାନରେ ନିୟୋଜିତ କରାଯିବ ସେ ନେଇ ଆଲୋଚନା ହୋଇଛି। ବିଶେଷକରି ରଥଯାତ୍ରା ସମୟରେ ଯେପରି ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ସହିତ ସୁବିଧାରେ ଠିଆ ହୋଇ ରଥ ଉପରେ ବିଜେ ଶ୍ରୀଜିଉମାନଙ୍କର ଦର୍ଶନ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ସ୍ଥାନ ଓ ବ୍ୟବସ୍ଥା କରିବାକୁ ଗୁରୁତ୍ବ ଦିଆଯାଇଛି। ଏହାସହିତ ବୃକ୍ଷରୋପଣ, ପାର୍କିଂ ଓ ଆଲୋକୀକରଣ ବ୍ୟବସ୍ଥା ଯେପରି ସୁବ୍ୟବସ୍ଥିତ ହେବ ସେ ନେଇ ଏସବୁ ସଂସ୍ଥା ନକ୍ସା ଉପସ୍ଥାପନ କରିଥିଲେ।

ପୂର୍ତ୍ତ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚୟନ ହେବାକୁ ଥିବା ସ୍ଥପତି ସଂସ୍ଥା ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକରିବ। ଖୁବଶୀଘ୍ର ରାଜ୍ୟ ସରକାର ଗୋଟିଏ ସଂସ୍ଥାକୁ ବାଛି ଭିତ୍ତିଭୂମି ବିକାଶ ପାଇଁ ଦାୟିତ୍ବ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe