ବରଗଡ଼ ଗସ୍ତରେ ୫-ଟି ସଚିବ; ବିଭିନ୍ନ ପ୍ରକଳ୍ପ ବୁଲିଲେ, ଛାତ୍ରଛାତ୍ରୀଙ୍କୁ ଭେଟିଲେ

Advertisment
ବରଗଡ଼ ଗସ୍ତରେ ୫-ଟି ସଚିବ; ବିଭିନ୍ନ ପ୍ରକଳ୍ପ ବୁଲିଲେ, ଛାତ୍ରଛାତ୍ରୀଙ୍କୁ ଭେଟିଲେ

pragativadi.com

ବରଗଡ଼ : ସୋମବାରଠାରୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଦୁଇଦିନିଆ ବରଗଡ଼ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତର ପ୍ରଥମ ଦିନ ସେ ଅତାବିରା, ବରଗଡ଼ ଏବଂ ବରପାଲି ବ୍ଲକ୍‌ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି।

ଏହି ଅବସରରେ ସେ କହିଲେ, ୨୦୦୦ ମସିହା ପୂର୍ବରୁ ଓଡ଼ିଶାରେ ଅନ୍ନ ସଂକଟ ଥିଲା। ବାହାର ରାଜ୍ୟରୁ ଚାଉଳ ଆସିଲେ ଏଠାରେ ଲୋକଙ୍କୁ ବଣ୍ଟନ କରାଯାଉଥିଲା। କିନ୍ତୁ ଏବେ ଓଡ଼ିଶା ନିଜ ରାଜ୍ୟବାସୀଙ୍କ ପାଇଁ ଆବଶ୍ୟକଠାରୁ ଅଧିକ ଚାଉଳ ଉତ୍ପାଦନ କରିବା ସହ ବାହାର ରାଜ୍ୟକୁ ପଠାଉଛି। ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଏହି ଉପଲବ୍ଧିର ଶ୍ରେୟ ଯିବ ବୋଲି ସେ କହିଥିଲେ। ଏହି ଅବସରରେ ସେ ଗଙ୍ଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ କଥା ଉଠାଇଥିଲେ। ଧାର୍ଯ୍ୟ ସମୟର ଦୁଇ ମାସ ପୂର୍ବରୁ ଏହି ୧୬୭୦ କୋଟି ଟଙ୍କା ପ୍ରକଳ୍ପର କାମ ସରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାବାଦ୍‌ ଜିଲ୍ଲାର ସବୁ ସ୍କୁଲ ୫-ଟି ଯୋଜନାରେ ସାମିଲ ହେବ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ।

ଜିଲ୍ଲାର ‌ଯେଉଁଠାରେ ସମାବେଶରେ ସେ ଯୋଗ ଦେଇଛନ୍ତି, ସେଠାରେ ସପ୍ତାହେ ଭିତରେ ଧର୍ମାନୁଷ୍ଠାନଗୁଡ଼ିକର ଉନ୍ନତୀକରଣ ପାଇଁ ଅନୁଦାନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ବରପାଲିରେ ପହଞ୍ଚି ସେଠାରେ କବି ଗଙ୍ଗାଧର ମେହେରଙ୍କ କବି କୁଟୀର ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe