ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କଲେ ‘୫-ଟି’ ସଚିବ

Advertisment
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କଲେ  ‘୫-ଟି’ ସଚିବ

ବ୍ରହ୍ମପୁର: ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍ ଆଜି ସକାଳେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ଆସିଥିଲେ। ସେ ସେଠାରେ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି।

publive-imageସେହି ସମୟରେ ମନ୍ଦିରର ସେବାୟତ ବାପୁଜୀ ରଣା ତାରାତାରିଣୀ ପୀଠର ବିଭିନ୍ନ ସମସ୍ୟା ସଂପର୍କରେ ‘୫-ଟି’ ସଚିବଙ୍କୁ ବୁଝାଇଥିଲେ। ‘୫-ଟି’ ସଚିବଙ୍କ ଏହି ଅଚାନକ ଗସ୍ତରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର କାୟାକଳ୍ପ ଲାଗି ବ୍ୟବସ୍ଥା କରାଯିବ। ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପି ଡି ଡି ଆର୍‌ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପରେ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍ ଆଗରୁ ଏଭଳି ଢ଼ଙ୍ଗରେ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ସମେତ କେତେକ ତୀର୍ଥସ୍ଥଳରେ ଅଚାନକ ପହଞ୍ଚି ସମୀକ୍ଷା କରିଛନ୍ତି।publive-image

‘୫-ଟି’ ସଚିବ ଋଷିକୂଲ୍ୟା ନଦୀ ପ୍ରକଳ୍ପର ବିକାଶର ବି ସମୀକ୍ଷା କରିଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନଙ୍କୁ ଭେଟିଛନ୍ତି। ଏହାଛଡ଼ା ସେ ବିଭିନ୍ନ ପଞ୍ଚାୟତର ଉଚ୍ଚଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳସେଚନ ଆଦି ସମସ୍ୟା ସଂପକରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe