ଭୋର ୫ଟାରେ କଟକରେ ପହଞ୍ଚି ଏସସିବି ଭିତ୍ତିଭୂମି ବିକାଶ ସମୀକ୍ଷା କଲେ ୫-ଟି ସଚିବ, ମହାନଦୀ ପଠା ପରିଦର୍ଶନ କଲେ

Advertisment
ଭୋର ୫ଟାରେ କଟକରେ ପହଞ୍ଚି ଏସସିବି ଭିତ୍ତିଭୂମି ବିକାଶ ସମୀକ୍ଷା କଲେ ୫-ଟି ସଚିବ, ମହାନଦୀ ପଠା ପରିଦର୍ଶନ କଲେ

କଟକ:  ଆଜି କଟକରେ ପହଞ୍ଚି  ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତଭୂମି ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି   ୫-ଟି ସଚିବ ଭି କେ ପାଣ୍ଡିଆନ୍‌ । ସୂଚନା ଅନୁସାରେ, ପୂର୍ବଥର ଭଳି ଏଥର ମଧ୍ୟ ୫-ଟି ସଚିବ ଭୋର ୫ଟା ପାଖାପାଖି କଟକରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ପରଖିଥିଲେ। ଏହାପରେ ସେ ମହାନଦୀ ହାଡିଆ ପଠା ଓ ଏହାର ସନ୍ନିକଟସ୍ଥ ଅଞ୍ଚଳରେ ବର୍ଫି ଯୋଜନାରେ ହେବାକୁ ଥିବା ପ୍ରକଳ୍ପ ଲାଗି ଜମି  ପରିଦର୍ଶନ କରିଥିଲେ।

ବୁଧବାର ଭୋରରୁ କଟକରେ ପହଞ୍ଚି  ମେରିଟାଇମ ମ୍ୟୁଜିୟମରେ ଅନୁଷ୍ଠିତ ଏକ ସମୀକ୍ଷା  ବୈଠକରେ ଯୋଗ ଦେବା ପରେ ପଠା ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍‌ । ଏହି ବୈଠକରେ କଟକ ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ଲାଗି ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ମହାନଦୀ ପଠାରେ ହେବାକୁ ଥିବା ଦ୍ବିତୀୟ କ୍ୟାମ୍ପସ ସଂପର୍କରେ ଆଲୋଚନା କରିଥିଲେ। ଏଥିସହ ବର୍ଫି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପ ଲାଗି ମହାନଦୀ ହାଡିଆ ପଠାକୁ ଯାଇ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ୫-ଟି ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ଓ ଆର୍‌ଡିସି ମଧ୍ୟ ଉପସ୍ଥିତ ଥିଲେ । ମହାନଦୀ ହାଡିଆ ପଠାରେ କଟକ ଜିଲ୍ଲାପାଳ, ପୋଲିସ୍‌ କମିସନରଙ୍କ ସହ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe