ନବରଙ୍ଗପୁରରେ ୫-ଟି ସଚିବ: ସତୀଘା‌ଟ ଓ ତେଲନଦୀରେ ହେବ କି ଜଳସେଚନ ପ୍ରକଳ୍ପ?

Advertisment
ନବରଙ୍ଗପୁରରେ ୫-ଟି ସଚିବ: ସତୀଘା‌ଟ ଓ ତେଲନଦୀରେ ହେବ କି ଜଳସେଚନ ପ୍ରକଳ୍ପ?

ନବରଙ୍ଗପୁର : ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପାଇଁ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ।

ଶୁକ୍ରବାର ଦିନ ସଚିବ ଶ୍ରୀ ପାଣ୍ଡିଆନ ନବରଙ୍ଗପୁର ଗସ୍ତ କରିଥିବା ବେଳେ ପ୍ରଥମଦିନ କେବଳ ନବରଙ୍ଗପୁରରେ ରହିବେ। ଆସନ୍ତାକାଲି ସଚିବ ଜିଲ୍ଲାର କିଛି ପର୍ଯ୍ୟଟନସ୍ଥଳୀ, ଜଳସେଚନ ପ୍ରକଳ୍ପ, ୫-ଟିରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ବୁଲିବା ସହ ମିସନ ଶକ୍ତି ମହିଳାମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନବରଙ୍ଗପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ସେଭଳି ଆଖିଦୃଶିଆ ବିକାଶ ହୋଇପାରିନଥିବାରୁ ପର୍ଯ୍ୟଟକମାନେ ମୁହଁ ଫେରାଉଛନ୍ତି। ଜିଲ୍ଲାର ଏକମାତ୍ର ଇକୋ ଟୁରିଜିମ୍‌ ମାନ୍ୟତା ପାଇଥିବା ହିର୍ଲି ଡଙ୍ଗରୀ ମାନ୍ୟତା ପାଇଥିଲେ ହେଁ ୨ ବର୍ଷ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ନିଜର ମହକ ହରାଇଲାଣି। ସେହିପରି, ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଇନ୍ଦ୍ରାବତୀ ଜଳଭଣ୍ଡାର, ପାପଡାହାଣ୍ଡି ମୃଗ ବିହାର ଆଦିର ବିକାଶ ହୋଇପାରିନି।

ଆଜି ୫-ଟି ସଚିବ ମାଣ୍ଡାଡଙ୍ଗରୀ, ପୋଡ଼ାଗଡ଼ ଗସ୍ତ କରିବାକୁ ଥିବାରୁ ଏହି ୨ଟି ପର୍ଯ୍ୟଟନସ୍ଥଳୀ ନୂଆ ରୂପ ପାଇବା ‌ନେଇ ସମ୍ଭାବନା ରହିଛି। କେବଳ ପର୍ଯ୍ୟଟନ କ୍ଷେତ୍ରରେ ନୁହେଁ, କେବଳ ଭାସ୍କେଲ ମଧ୍ୟମଧରଣର ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ଜିଲ୍ଲା‌ରେ ଅନ୍ୟ କୌଣସି ଜଳସେଚନ ପ୍ରକଳ୍ପ ନାହିଁ। ସଚିବ ଶ୍ରୀ ପାଣ୍ଡିଆନ ଆସନ୍ତାକାଲି ଭାସ୍କେଲ ଡ୍ୟା‌ମ୍‌, ସତୀଘାଟ ଓ ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଗସ୍ତ କରୁଥିବାରୁ ସତୀଘାଟ ଓ ତେଲ ନଦୀରେ ଜଳସଚେନ ପ୍ରକଳ୍ପ ହେବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe