ନବରଙ୍ଗପୁର ଜିଲ୍ଲା ବୁଲିଲେ ୫-ଟି ସଚିବ: ବଦଳିବ ମକା ଚାଷ, ଜଳସେଚନ ଚିତ୍ର

ନବରଙ୍ଗପୁର ଜିଲ୍ଲା ବୁଲିଲେ ୫-ଟି ସଚିବ: ବଦଳିବ ମକା ଚାଷ, ଜଳସେଚନ ଚିତ୍ର

ନବରଙ୍ଗପୁର : ୫-ଟି ସଚିବ ଭି.କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ବୁଲିବା ସହ ଉନ୍ନୟନ କାମ ସମୀକ୍ଷା କରିଛନ୍ତି। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ଗମନାଗମନ କାର୍ଯ୍ୟର ସମୀକ୍ଷା କରାଯାଇଛି। ମକା ଚାଷ ଓ ପ୍ରକ୍ରିୟାକରଣ ୟୁନିଟ୍‌କୁ ସଚିବ ଗୁରୁତ୍ବାରୋପ କରିଛନ୍ତି। ଝରିଗାଁ ସ୍ଥିତ ସତୀଘାଟ ଓ ଚନ୍ଦାହାଣ୍ଡିର ମାଲଗାଁ ଜଳସେଚନ ପ୍ରକଳ୍ପକୁ ସଚିବ ପ୍ରାଥମିକତା ଦେଇଥିଲେ।

ସଚିବ ଶ୍ରୀପାଣ୍ଡିଆନ ଦୁଇଦିନିଆ ଗସ୍ତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ସରକାରୀ ଯୋଜନାରୁ ପାଉଥିବା ଲାଭ ସଂପର୍କରେ ପଚାରି ବୁଝିବା ସହ ମତାମତ ସଂଗ୍ରହ କରିଥିଲେ। ପ୍ରଥମେ ନବରଙ୍ଗପୁର ବ୍ଲକ୍‌ ଚଟାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡାଡଙ୍ଗରୀ ଶୈବପୀଠରେ ପୂଜାର୍ଚ୍ଚନା‌ କରିଥିଲେ। ମନ୍ଦିର ଓ ଏହାର ପରିସରକୁ ପର୍ଯ୍ୟଟନସ୍ଥଳୀ ଭଳି ବିକାଶ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାହାଲସ୍ଥିତ ମଙ୍ଗଳ ବିଭାଗ ବିଦ୍ୟାଳୟର ଭିତ୍ତିଭୂମି ଦେଖି ଖୁସିବ୍ୟକ୍ତ କରିଥିଲେ। ସେଠାରୁ ଉମରକୋଟ ବ୍ଲକ୍‌ର ଐତିହାସିକ ଶୈବପୀଠରେ ବାବା ଭୈରବନାଥଙ୍କ ଆରାଧନା କରିଥିଲେ। ନିକଟସ୍ଥ ସଂଗ୍ରହାଳୟ ବୁଲି ଏହି ସ୍ଥାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋ‌ଲି କହିଥିଲେ। ଉମରକୋଟ ଇନ୍‌ଡୋର ଷ୍ଟାଡିୟମ କାମ ଖୁବ୍ କମ ଦିନରେ ସରିଥିବାରୁ ପ୍ରଶଂସା କରିଥିଲେ। ଆରଏମ୍‌ସି ପରିସରରେ ମିସନ ଶକ୍ତି ଓ ଚାଷୀ ଉତ୍ପାଦକ ଦଳ ସହ ମକା ଉତ୍ପାଦନ ଏବଂ ଚାଷ ସମ୍ପର୍କିତ ସମସ୍ୟା ନେଇ ଆଲୋଚନା କରିଥିଲେ।

ଶେଷରେ ଚନ୍ଦାହାଣ୍ଡି ବ୍ଲକ୍‌ ମାଲଗାଁ ଗସ୍ତ କରିଥିଲେ ସଚିବ। ପ୍ରସ୍ତାବିତ ତେଲନଦୀ ଜଳସେଚନ ପ୍ରକଳ୍ପ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe