ବରମୁଣ୍ଡା ଅନ୍ତଃରାଜ୍ୟ ବସ ଟର୍ମିନାଲ ୨୦୨୩ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ

ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା କାଲେ ୫ଟି ସଚିବ

ବରମୁଣ୍ଡା ଅନ୍ତଃରାଜ୍ୟ ବସ ଟର୍ମିନାଲ ୨୦୨୩ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ରାଜ୍ୟର ଅନ୍ୟତମ ବ୍ୟସ୍ତତମ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ କାମ ଚାଲିଛି।

publive-image

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ ବିଡିଏ ଉପାଧ୍ୟାକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ଆଇଏସ୍‌ବିଟି ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୩ ମାର୍ଚ୍ଚ  ସୁଦ୍ଧା ଆଇଏସ୍‌ବିଟି କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ। ବସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଇଏସ୍‌ବିଟି କାମର ଅଗ୍ରଗତି ସନ୍ତୋଷ ଜନକ ରହିଁଛି।

publive-image

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମି ଉପରେ ନିର୍ମିତ ଆଇଏସ୍‌ବିଟି ବରମୁଣ୍ଡାରେ ପାର୍କିଙ୍ଗ, ଏଟିଏମ୍‌, ଫୁଡକୋର୍ଡ, ଦୋକାନ, ରେଷ୍ଟୁରାଣ୍ଟ, ବ୍ୟବସାୟିକ ସ୍ଥାନ ଆଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ସେଠାରୁ ଶହେରୁ ଅଧିକ ବସ ଚଳାଚଳର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe