ଗଂଜାମ ଗସ୍ତରେ ଅଚାନକ ଗଜପତି ପହଞ୍ଚିଲେ ୫-ଟି ସଚିବ, ଅଧିକାରୀଙ୍କୁ ନେଇ କରିପାରନ୍ତି ବିକାଶମୂଳକ ସମୀକ୍ଷା

ଗଂଜାମ ଗସ୍ତରେ ଅଚାନକ ଗଜପତି ପହଞ୍ଚିଲେ ୫-ଟି ସଚିବ, ଅଧିକାରୀଙ୍କୁ ନେଇ କରିପାରନ୍ତି ବିକାଶମୂଳକ ସମୀକ୍ଷା

ପାରଳାଖେମୁଣ୍ଡି: ୩ ଦିନିଆ ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ପ୍ରଥମ ଦିନ ଗସ୍ତ ଶେଷରେ ସନ୍ଧ୍ୟାରେ ଅଚାନକ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି। ମଧ୍ୟାହ୍ନରେ ତାଙ୍କ ଗସ୍ତ ପାଇଁ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଆନୁଷଙ୍ଗିକ ବ୍ୟବସ୍ଥା ସହ ହେଲିପ୍ୟାଡ୍‌ ମଧ୍ୟ ନିର୍ମାଣ ହୋଇଥିଲା। ହେଲିକପ୍ଟର ଯୋଗେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆରେ ସେ ଆସି ପହଞ୍ଚିବା ପରେ ସେଠାରୁ କାର୍‌ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସର୍କିଟ୍‌ ହାଉସ୍‌ରେ ପହଞ୍ଚିଛନ୍ତି। ତେବେ, ଗଞ୍ଜାମରେ ପ୍ରଥମ ଦିନ କାର୍ଯ୍ୟକ୍ରମ ସାରି ଶ୍ରୀ ପାଣ୍ଡିଆନ୍‌ ଭୁବନେଶ୍ଵର ଫେରିଯିବାର ଥିଲେ ମଧ୍ୟ ତାଙ୍କର ଗଜପତି ଜିଲ୍ଲା ଗସ୍ତ ସମସ୍ତଙ୍କୁ ବିସ୍ମିତ କରିଛି।

publive-image

ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଶ୍ରୀ ପାଣ୍ଡିଆନ୍‌ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଆର.ଭିନିଲ୍‌କ୍ରିଷ୍ଣଙ୍କ ସହ ପାରଳାଖେମୁଣ୍ଡି ଗସ୍ତରେ ଆସି ପହଞ୍ଚିଛନ୍ତି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସ୍‌.ପି. ଏସ୍‌. ସ୍ଵାତୀକୁମାରଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତାକାଲି (ଶନିବାର) ସକାଳେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ସେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ତା’ପରେ ଦ୍ବିତୀୟ ଦିନ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ବାହରି‌ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe