ସମଲେଇ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କଲେ ୫-ଟି ସଚିବ

Advertisment

ଧାର୍ଯ୍ୟ ସମୟରେ ସାରିବାକୁ ନିର୍ଦ୍ଦେଶ, ବାକି ଜମି ଅଧିଗ୍ରହଣ ତ୍ବରାନ୍ବିତ ହେବ

ଧାର୍ଯ୍ୟ ସମୟରେ ସାରିବାକୁ ନିର୍ଦ୍ଦେଶ, ବାକି ଜମି ଅଧିଗ୍ରହଣ ତ୍ବରାନ୍ବିତ ହେବ

ସମଲେଇ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କଲେ ୫-ଟି ସଚିବ

ସମ୍ବଲପୁର : ୫-ଟି ସଚିବ ଭି.କେ.ପାଣ୍ଡିଆନ ରବିବାର ଦିନ ସମଲେଶ୍ବରୀ ମନ୍ଦିର ଦର୍ଶନ କରିବା ସହିତ ବହୁ ପ୍ରତୀକ୍ଷିତ ‘ସମଲେଇ ପ୍ରକଳ୍ପ’ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଚିବ ଶ୍ରୀ ପାଣ୍ଡିଆନ ଆଜି ସକାଳେ ମା’ ସାମଲେଶ୍ୱରୀଙ୍କ ଦର୍ଶନଲାଭ ସହିତ ମନ୍ଦିର ପରିସରରେ ସମ‌ବେତ ଶ୍ରଦ୍ଧାଳୁମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହାପରେ ସମଗ୍ର ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ପ୍ରାୟ ୩୦ ଏକର ପରିସରରେ ‘ସମଲେଇ ପ୍ରକଳ୍ପ’ର ବିକାଶ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ ଏକର ଜମି ଅଧିଗ୍ରହଣ ହୋଇସାରିଛି। ବାକି ୫ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରକଳ୍ପ ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ସଚିବ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଏଥିସହିତ, ଐତିହ୍ୟ ‌ପୋଖରୀ ଅଞ୍ଚଳ, ପୋଡ଼ିୟମ, ଧାଡ଼ି ପରିଚାଳନା ବ୍ୟବସ୍ଥା, କ୍ଲକ୍ ରୁମ୍ ସହିତ ଅନ୍ୟ ଭିତ୍ତିଭୂମି ବିକାଶ ପାଇଁ ଚାଲିଥିବା ନିର୍ମାଣାଧୀନ ଅଞ୍ଚଳ ବୁଲି ଦେଖିଥିଲେ।

publive-image

ନିର୍ମାଣାଧୀନ ଐତିହ୍ୟ କରିଡର୍‌ ପରିଦର୍ଶନ କରିଥିଲେ ଏବଂ ଏଥିରେ ସ୍ଥାନୀୟ ଐତିହ୍ୟ ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। ନଦୀ ସମ୍ମୁଖ ଅଞ୍ଚଳ ପ୍ରକଳ୍ପ ପରିଦର୍ଶନକରି ଶ୍ରୀ ପାଣ୍ଡିଆନ୍ ଏକ ଆଇକନ୍ ଫୁଟ୍ ଓଭର ବ୍ରିଜ୍ ପାଇଁ ଡିଜାଇନ୍ ଚୂଡ଼ାନ୍ତ କରିବା ସହିତ ନଦୀ ସମ୍ମୁଖ ସ୍ତମ୍ଭ ଭିତ୍ତିଭୂମି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ଅନନ୍ୟା ଦାସ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କ ସହିତ ଓବିସିସି ନିର୍ମାଣ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ଶ୍ରୀ ବାବୁ କହିଥିଲେ, ସମଲେଇ ପ୍ରକଳ୍ପର ୪୦-୪୫ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇଛି। ତେବେ, ପୂରା କାମ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ। ଏ ସଂକ୍ରାନ୍ତରେ ୫-ଟି ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ବାବୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe