୫-ଟି ଅଧ୍ୟକ୍ଷଙ୍କ ସମାଲୋଚନା; କହିଲେ- ଯଦି ସାହସ ଅଛି ବିଏସ୍‌କେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ

୫-ଟି ଅଧ୍ୟକ୍ଷଙ୍କ ସମାଲୋଚନା; କହିଲେ- ଯଦି ସାହସ ଅଛି ବିଏସ୍‌କେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ

ଭୁବନେଶ୍ବର/ରଣପୁର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପୁଣିଥରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି। କାହାରି ନାମ ନନେଇ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ, ନିଦରେ ଥିବା ଲୋକଙ୍କୁ ଉଠାଇ ହେବ। ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ। ଆଜି ପାଣ୍ଡିଆନ କହିଥିଲେ, ଯଦି ସାହସ ଅଛି କେନ୍ଦ୍ରମନ୍ତ୍ରୀ ତାଙ୍କର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଘୋଷଣା କରନ୍ତୁ। ଇସ୍ତାହାର ପତ୍ରର ପ୍ରଥମ ନମ୍ବରରେ ରଖନ୍ତୁ।

publive-image

ରଣପୁର ବ୍ଲକ ସଦରମହକୁମା ଉପକଣ୍ଠ ମଙ୍ଗରାଜପୁରସ୍ଥିତ ଜେଲଛକ ଖେଳପଡ଼ିଆଠାରେ ଅପରାହ୍‌ଣ ୩ଟାରେ ‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ସରକାରଙ୍କ ନାନାଦି ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ  ଅବଗତ କରିବା ସାଙ୍ଗକୁ ହିତାଧିକାରୀମାନେ ଏଥିରୁ କିପରି ଲାଭାନ୍ବିତ ହେବେ ସେ ନେଇ ସୂଚନା ଦେଇଥିଲେ।  ଗତ ଜୁଲାଇ ମାସରେ ନିଜ ରଣପୁର ଗସ୍ତ ସମୟରେ ସଂଗ୍ରହ କରିଥିବା ଅଭିଯୋଗକୁ କିପରି ନବୀନ ବାବୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କଲେ ସେ ନେଇ ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ। ବିଶେଷକରି ରଣପୁର ଜଗନ୍ନାଥ ମନ୍ଦିର, ଉପର ଓ ତଳ ମା ମଣିନାଗ, ଲଡ଼ୁବାବା ମନ୍ଦିରର ରୂପାନ୍ତରିକରଣ ଉପରେ ଦିଆଯାଇଥିବା ଆର୍ଥିକ ଅନୁଦାନ ସମ୍ପର୍କେ ଲୋକଙ୍କୁ ଅବଗତ କରିଥିଲେ। ଏପରିକି ରହିଯାଇଥିବା ଅଭିଯୋଗ ବିଶେଷକରି ମଠ, ମନ୍ଦିର, ମସଜିଦ, ଗୀର୍ଜା, ଚର୍ଚ୍ଚ ସାଙ୍ଗକୁ ଅନ୍ୟାନ୍ୟ ଅଭିଯୋଗ ଆବେଦନ ପତ୍ର ଆଜି  ସଂଗ୍ରହ କରିନେଇଥିଲେ। ଏହାର ଫଳାଫଳ ଆଗାମୀ ୨୦ ତାରିଖରେ ଘୋଷଣା କରାଯିବ ବୋଲି ଲୋକଙ୍କୁ କହିଥିଲେ।

publive-image

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ପୂର୍ବରୁ ସମ୍ବଲପୁର ଗସ୍ତରେ ଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବା ନେଇ ବର୍ଷିଥିଲେ। ସେ କହିଥିଲେ ଯେ, ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି। କିନ୍ତୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରୁନାହାଁନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସୁବିଧାରେ ସ୍ୱାସ୍ଥ୍ୟସେବା ମିଳୁଛି କି ବୋଲି ପ୍ରଶ୍ନ କରିଥିଲେ। କୋଟି କୋଟି ଟଙ୍କାର ବିଜ୍ଞାପନରେ ପ୍ରଚାର କରାଯାଉଛି ହେଲେ ପିଏଚସିରେ ଡାକ୍ତର ନାହାଁନ୍ତି ବୋଲି ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe