୫ଟି ସଚିବଙ୍କ ଭଗବତୀ ପୀଠ ଗସ୍ତ: ପ୍ରସ୍ତାବିତ ପ୍ରକଳ୍ପ ନେଇ ଆଲୋଚନା କଲେ

Advertisment
୫ଟି ସଚିବଙ୍କ ଭଗବତୀ ପୀଠ ଗସ୍ତ: ପ୍ରସ୍ତାବିତ ପ୍ରକଳ୍ପ ନେଇ ଆଲୋଚନା କଲେ

ବାଣପୁର : ସୋମବାର ଦିନ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍‌। ନବମ ଶତାବ୍ଦୀର ଏହି ମନ୍ଦିରର ଉନ୍ନତି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟର ପ୍ରମୁଖ ଶକ୍ତପୀଠଗୁଡ଼ିକର ନବକଳେବର ଆରମ୍ଭ ହୋଇ ଯାଇଛି। ତଦନୁଯାୟୀ ସଚିବ ସକାଳ ୬ ଟା ୧୫ରେ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପି ସ୍ୱାଗତ ଜଣାଇବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ସଚିବ ମନ୍ଦିର ମଧ୍ୟରେ ୨୫ ମିନିଟ୍‌ ସମୟ ଅତିବାହିତ କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ଜିଲ୍ଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ ଓ ପୂଜକଙ୍କ ସହ ଆଲୋଚନା କରିଥିଲେ। ଉନ୍ନତୀକରଣ ନେଇ ଏକ ବିସ୍ତୃତ ରିପୋର୍ଟ ଯଥାଶୀଘ୍ର ପ୍ରଦାନ କରିବା ପାଇଁ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୫ଟି ସଚିବଙ୍କ ଭଗବତୀ ମନ୍ଦିର ଗସ୍ତ ସମୟରେ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସ୍‌ପି, ବାଲୁଗାଁ ଏସ୍‌ଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନ୍‌ଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମନ୍ଦିରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe