ନୟାଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ: ୫୧ କଲେଜ ରୂପାନ୍ତରଣ; ୨୩ କୋଟି ମଞ୍ଜୁର

୧୫୭୭ କୋଟିର ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା, ମଣିନାଗ, ମହାବୀର, ଜଗନ୍ନାଥ ମନ୍ଦିରର ବିକାଶ ହେବ

ନୟାଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ: ୫୧ କଲେଜ ରୂପାନ୍ତରଣ; ୨୩ କୋଟି ମଞ୍ଜୁର

ନୟାଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍‌ ଦୁଇଦିନିଆ ନୟାଗଡ଼ ଜିଲ୍ଲାଗସ୍ତରେ ଆସିଛନ୍ତି। ନୟାଗଡ଼ ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ସଭାରେ ଜିଲ୍ଲାର ୫୧ଟି କଲେଜ ଫାଇଭ୍‌-ଟି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘୋଷଣା କରିଥିଲେ। ଉକ୍ତ କଲେଜଗୁଡ଼ିକ ନିମନ୍ତେ ୨୩.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅବସରରେ ଜିଲ୍ଲାରେ ନିର୍ମାଣାଧୀନ ୧୫୭୭ କୋଟିର ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପର୍ଯ୍ୟାୟକ୍ରମେ ୨୦୨୩ ଡିସେମ୍ବରରୁ କାର୍ଯ୍ୟକ୍ଷମ ହେବ। ରଣପୁରର ତଳମଣିନାଗ ମନ୍ଦିର, ଜଗନ୍ନାଥ ମନ୍ଦିର, ଦଶପଲ୍ଲାର ମହାବୀର ମନ୍ଦିର ଗସ୍ତ କରିଥିଲେ। ସେବାୟତ, ଭକ୍ତ, ମନ୍ଦିର ଟ୍ରଷ୍ଟ ସହିତ ମନ୍ଦିର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। ଉକ୍ତ ମନ୍ଦିରଗୁଡ଼ିକର ରୂପାନ୍ତରୀକରଣ ପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ରଣପୁର ସିଏଚ୍‌ସି ଗସ୍ତ କରି ଆମ ହସ୍ପିଟାଲ, ନୂତନ ବିଲ୍ଡଂ କାର୍ଯ୍ୟ, ଡାକ୍ତର, ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ଦଶପଲ୍ଲାର ମିସନ୍‌ ଶକ୍ତି କାଫେ, ନୟାଗଡ଼ ମାଛିପଡ଼ାର କ୍ରିଷ୍ନା ଛେନାପୋଡ଼ ଉତ୍ପାଦକ ଗୋଷ୍ଠୀକୁ ଭେଟିଥିଲେ ଶ୍ରୀ ପାଣ୍ଡିଆନ୍‌। ଏହି ଛେନାପୋଡ଼ ଉତ୍ପାଦନକାରୀ ଗୋଷ୍ଠୀକୁ ବିଭିନ୍ନ ସରକାରୀ ସହାୟତା, ବଜାର ସୁବିଧା ଯୋଗାଇବା ବ୍ୟବସ୍ଥା କରିବେ ପ୍ରତିଶ୍ରୁତି ଦେଇଥିଲେ। ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା, ଭାପୁରଠାରେ ସଭାରେ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗର ସମାଧାନ ନେଇ ଗୁରୁତ୍ବ ଦେଉଥିବାରୁ ଏଗୁଡ଼ିକର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ପାଣ୍ଡଆନ୍‌ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନୀଲ କ୍ରିଷ୍ଣା, ଆଇଜି ଆଶିଷ ସିଂହ, ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଏସ୍‌ପି ରାହୁଲ ‌ଜୈନ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜି ରାତିରେ ‌ଶ୍ରୀ ପାଣ୍ଡିଆନ୍‌ ନୟାଗଡ଼ ସର୍କିଟ୍‌ ହାଉସ୍‌ରେ ରହିଛନ୍ତି। ଆସନ୍ତକାଲି ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର, ବଲାଙ୍ଗୀ ପାର୍କ, ଓଡ଼ଗାଁ ବ୍ଲକ୍‌ ଗସ୍ତ କରି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe