୫-ଟି ସଚିବଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ: ଇରମ ଓ କାନ୍ତକବିଙ୍କ ଜନ୍ମମାଟିର ହେବ ନବକଳେବର

Advertisment

ଚାନ୍ଦବାଲି ଏନ୍‌ଏସିରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, ଭଣ୍ଡାରିପୋଖରୀ ଆଖୁଆପଦାଠାରେ ହେବ ନୂଆ ବ୍ୟାରେଜ୍

ଚାନ୍ଦବାଲି ଏନ୍‌ଏସିରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, ଭଣ୍ଡାରିପୋଖରୀ ଆଖୁଆପଦାଠାରେ ହେବ ନୂଆ ବ୍ୟାରେଜ୍

୫-ଟି ସଚିବଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ: ଇରମ ଓ କାନ୍ତକବିଙ୍କ ଜନ୍ମମାଟିର ହେବ ନବକଳେବର

ଭଦ୍ରକ/ଚାନ୍ଦବାଲି/ଧାମରା/ଧାମନଗର/ଭଣ୍ଡାରିପୋଖରୀ : ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସୋମବାର ଦିନ ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ଇରମ ସହିଦ ପୀଠ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ବିକାଶ ପାଇଁ ଘୋଷଣା କରିଛନ୍ତି।

ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ଚାନ୍ଦବାଲି ବ୍ଲକ୍‌ ଗସ୍ତ କରି ବାଁଶଡ଼ାଠାରେ ନବନିର୍ମିତ ମନ୍ତେଇ ସେତୁ ପରିଦର୍ଶନ କରିବା ସହିତ ନିର୍ମାଣାଧୀନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିତରକନିକା ପ୍ରବେଶପଥ ଓ ନଦୀବନ୍ଧ କାର୍ଯ୍ୟ ସମୀକ୍ଷା କରିଥିଲେ। ଚାନ୍ଦବାଲିସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କରିଥିଲେ। ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ମିସନ୍ କାଫେ ପରିଦର୍ଶନ କରି ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିସନ୍‌ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ। ଚାନ୍ଦବାଲି କାଳୀ ପଡ଼ିଆରେ ପହଞ୍ଚି ସମସ୍ତ ପ୍ରକଳ୍ପ ନୂଆବର୍ଷ ପୂର୍ବରୁ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

publive-image

ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁର ୪ଟି ବ୍ଲକ୍‌ର ୯୨ ପଞ୍ଚାୟତର ଲୋକଙ୍କ ପାଇଁ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରି ଚାନ୍ଦବାଲି ଏନ୍‌ଏସି ପାଇଁ ମଧ୍ୟ ଅନୁରୂପ ମେଗା ପାନୀୟ ଜଳପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

ରକ୍ତତୀର୍ଥ ଇରମରେ ପହଞ୍ଚି ସହିଦ୍‌ ସ୍ମୃତିସ୍ତମ୍ଭ ଓ ସହିଦ୍‌ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିପୀଠର ଉନ୍ନତୀକରଣ କରାଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ରକ୍ତତୀର୍ଥ ଇରମ୍‌କୁ ଓଡ଼ିଶାର ଅଗ୍ରଣୀ ସହିଦ୍‌ ପୀଠ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ଧାମନଗର ବ୍ଲକ୍‌ ଗସ୍ତରେ ଯାଇ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉନ୍ନତି ପାଇଁ ଘୋଷଣା କରିଥିଲେ। ପରେ ଭଣ୍ଡାରିପୋଖରୀ ଗସ୍ତକରି ଆଖୁଆପଦାଠାରେ ବ୍ୟାରେଜ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିବା ସହିତ ଲୋକଙ୍କ ସହଯୋଗ ମିଳିଲେ ଟେକ୍ସଟାଇଲ ପାର୍କର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ।

୫-ଟି ସଚିବଙ୍କ ଗସ୍ତ ବେଳେ ପ୍ରମୁଖ ଶାସନ ସଚିବ ଭିନିଲ କ୍ରିଷ୍ଣା, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ତଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe