୧୧ରେ ଭଦ୍ରକ ଆସିବେ ୫-ଟି ସଚିବ ଭି.କେ.ପାଣ୍ଡିଆନ; ମନ୍ତେଇ ସେତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ ନେଇ ପ୍ରସ୍ତୁତି

Advertisment
୧୧ରେ ଭଦ୍ରକ ଆସିବେ ୫-ଟି ସଚିବ ଭି.କେ.ପାଣ୍ଡିଆନ; ମନ୍ତେଇ ସେତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ ନେଇ ପ୍ରସ୍ତୁତି

ଭଦ୍ରକ : ଆସନ୍ତା ୧୧ ତାରିଖରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଭଦ୍ରକ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ। ଜିଲ୍ଲାରେ ଯେଉଁସବୁ ପ୍ରମୁଖ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ, ସେଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଚାନ୍ଦବାଲି ଓ ଧାମରା ମଧ୍ୟରେ ସିଧାସଳଖ ସଂଯୋଗ ପାଇଁ ମନ୍ତେଇ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ଓ ଭଦ୍ରକର ଗେଲପୁରଠାରେ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମହିଳା ଓ ଶିଶୁ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପୂର୍ବରୁ ସଚିବ ଶ୍ରୀ ପାଣ୍ଡିଆନ ଏହି କାର୍ଯ୍ୟର ଅନୁଧ୍ୟାନ କରିବେ। ସେହିପରି, ନେହେରୁ ଷ୍ଟାଡିୟମର ନବକଳେବର, ବାଗୁରାଇଠାରେ ନିର୍ମାଣଧୀନ ଇଣ୍ଡୋର ଷ୍ଟାଡିୟମ, ବ୍ଲକ କଲୋନୀଠାରେ ନିର୍ମାଣ କରାଯାଉଥିବା ପାଠାଗାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହ ଏହାକୁ କିଭଳି ଯଥାଶୀଘ୍ର ଲୋକାର୍ପିତ କରାଯାଇପାରିବ, ସେ ବାବଦରେ ଆଲୋଚନା କରିବେ। ଏଥିସହିତ ଧାମରା, ଆଗରପଡ଼ାକୁ ଏନ୍‌ଏସି ଘୋଷଣା, ବନ୍ତରେ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ, ଜିଲ୍ଲାର ଦୁଇ ପ୍ରମୁଖ ପ୍ରସଙ୍ଗ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କର କ’ଣ ଆଭିମୁଖ୍ୟ ରହିଛି, ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe