Times of India
ଭୁବନେଶ୍ୱର: ୨୦୨୨ ଜୁନ ମାସ ସୁଦ୍ଧା ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲର କାମ ସରିବ। ଆଜି ଏନେଇ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଏହାସହ ସେ ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି। ୧୮୦ କୋଟି ଟଙ୍କା ବ୍ୟୟରେ ୧୫.୫ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି। ଜୁନ୍ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ । ତେବେ ଠିକ୍ ସମୟରେ କାମ ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ। ଏହାସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।
ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ୍ କମ୍ କରିବା ପାଇଁ ସମାନ୍ତରାଳ ରୋଡ୍ ପ୍ରକଳ୍ପ ପିଡବ୍ଲୁଡି ଦ୍ୱାରା କରାଯାଉଛି। ଏହି ରାସ୍ତା ସିଆରପିଏଫ୍ ସ୍କୋୟାରରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଥମେଟିକ୍ସକୁ ସଂଯୋଗ କରିବ। ୯୨ କୋଟି ଟଙ୍କା ବ୍ୟୟରେ ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ବର୍ତ୍ତମାନ ଜାଭିୟର ସ୍କ୍ୱୋୟାରରୁ ଇନଫୋସିଟି ସ୍କୋୟାର ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ୫.୧୭ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ କାମ ୨୦୨୨ ଫେବ୍ରୁଆରୀ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଚନ୍ଦ୍ରଶେଖରପୁରରେ ପିପିିିପି ମୋଡରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କାମ ଚାଲିଛି । ୨୦.୨୧ ଏକ ଜାଗାରେ ୨୬ ଶହ ଘର ନିର୍ମାଣ କରାଯାଉଛି । ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Follow Us