୫- ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ: ସ୍ବାଧୀନତା ଦିବସରେ ହେବ ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ

Advertisment

ଉତ୍କଳମଣିଙ୍କ ଜନ୍ମପୀଠରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ଉତ୍କଳମଣିଙ୍କ ଜନ୍ମପୀଠରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

୫- ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ: ସ୍ବାଧୀନତା ଦିବସରେ ହେବ ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ

ପୁରୀ/ସାକ୍ଷୀଗୋପାଳ: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳ ପ୍ରାୟ ୭ ଟା ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ପରିଦର୍ଶନରେ କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ଜନ୍ମପୀଠରେ ରହି ଉତ୍କଳମଣିଙ୍କ ଷଠିଘର ସୁରକ୍ଷା, ପ୍ରମୋଦ ଉଦ୍ୟାନ, ଶିଶୁ ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ, ସଂଗ୍ରହାଳୟ, ସୂଚନା କେନ୍ଦ୍ର ଓ ଭୋଜନାଳୟ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଗୋପବନ୍ଧୁଙ୍କ ଦାୟାଦ ଅଣନାତି ଧୀରେନ୍ଦ୍ରନାଥ ଦାସଙ୍କ ସହ ବି ଆଲୋଚନା କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ସୁଆଣ୍ଡୋର ସମସ୍ତ ଉନ୍ନୟନ କାର୍ଯ୍ୟ ସାରିବାକୁ ପୁରୀ ଜିଲ୍ଲାପାଳ ଓ ଓବିସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଏହା ଉଦ୍‌ଘାଟନ କରାଯିବ l

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗକୁ କେହି ବି ଭୁଲି ପାରିବେ ନାହିଁ। ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ତୀର୍ଥ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନି। ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର କେବଳ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇନାହାଁନ୍ତି, ଏକ ଜ୍ଞାନର କେନ୍ଦ୍ର ଭାବେ ବିକଶିତ କରିବାକୁ ଚାହୁଁଛନ୍ତି। ଏହି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋର ବିକାଶ ପାଇଁ ପ୍ରାୟ ୨୪ କୋଟି ଟଙ୍କା ଅର୍ଥ ଅନୁମୋଦନ କରିଛନ୍ତି। ଏହି ବିକାଶକ୍ରମରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନିକଟ ପଟ୍ଟନାୟିକିଆ ଛକରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଉଛି। ପଟ୍ଟନାୟିକିଆ ଛକଠାରୁ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଓ ମ୍ୟୁଜିୟମ ପର୍ଯ୍ୟନ୍ତ ରାସ୍ତା ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଗୋପବନ୍ଧୁଙ୍କ ନାମରେ ନାମିତ ସଂଗ୍ରହାଳୟ ପରିସରରେ ଦୁଇଟି ପୁଷ୍କରିଣୀ, ଶିବ ମନ୍ଦିର, ‌ପୈତୃକ ବାସଗୃହ, ସଂଗ୍ରହାଳୟ ଗୃହ, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି, ପିଲାମାନଙ୍କ ପାଇଁ ପାର୍କ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଏହାସହ ସଂଗ୍ରହାଳୟକୁ ଲାଗି ପରିକ୍ରମା ମାର୍ଗ ଓ ପର୍ଯ୍ୟଟକଙ୍କ ଗାଡି ପାର୍କଂ ପାଇଁ ବ୍ୟବସ୍ଥା କରାଯାଉଛି। ସେହିଭଳି ୧୫ ଫୁଟର ଗୋପବନ୍ଧୁଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଶ୍ରୀ ପାଣ୍ଡିଆନ୍‌ ଆଜି ସକାଳେ ପହଞ୍ଚିବା ପରେ ପ୍ରଥମେ ଷଠିଘରକୁ ଯିବା ସହ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସୁଆଣ୍ତୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ଓ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଏହାର ଉଦ୍‌ଘାଟନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍‌ ସୂଚନା ଦେଇଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହl ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା,ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର, ଓଡ଼ିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ସିଜିଏମ୍‌ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଦୁଃଶାସନ ପ୍ରଧାନ, ରବୀନ୍ଦ୍ର ନାଥ ଦାସ, ହେମନ୍ତ କୁମାର ଦାସ, ସବ୍ୟସାଚୀ ଦାସ, ବସନ୍ତ କୁମାର ଦାସ, ସୁଶାନ୍ତ କୁମାର ଦାସ ଓ ତାରାକାନ୍ତ ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଶ୍ରୀ ପାଣ୍ଡିଆନ୍‌ଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe