ହରିଚନ୍ଦନପୁର ‘ସମ୍ବାଦ’ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

Advertisment
ହରିଚନ୍ଦନପୁର ‘ସମ୍ବାଦ’ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଆଜି ହରିଚନ୍ଦନପୁର ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଭୂଅର୍ଜନ ଅଧିକାରୀ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ ପିନାକୀ ମିଶ୍ର ମୁଖ୍ୟବକ୍ତା , ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ବିଶିଷ୍ଟ ଅତିଥି,  ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି। ଏ ଅବସରରେ ଇନ୍ଦ୍ରଧନୁ ପୃଷ୍ଠା ଉନ୍ମୋଚନ କରାଯାଇଥିଲା। ସାହିତ୍ୟଘରର ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି। ସଭା ପ୍ରାରମ୍ଭରେ ବୃକ୍ଷରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe