କୃଷିକ୍ଷେତ୍ରର ପ୍ରଥମ ‘ୟୁନିକର୍ଣ୍ଣ’ ଉଦ୍ୟୋଗ ଓଡ଼ିଶାରୁ ଆସୁ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

୫ମ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨

କୃଷିକ୍ଷେତ୍ରର ପ୍ରଥମ ‘ୟୁନିକର୍ଣ୍ଣ’ ଉଦ୍ୟୋଗ ଓଡ଼ିଶାରୁ ଆସୁ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ବର (ତପନ ମହାରଣା) : ଓଡ଼ିଶା ଏକ ଭିନ୍ନ ରାଜ୍ୟ । ଏହା ଜ୍ଞାନ, ଜାତୀୟତାବାଦ ଏବଂ ପ୍ରକୃତି ସହ ସହାବସ୍ଥାନ ଓ ଭାତୃତ୍ବର ରାଜ୍ୟ । ପାରସ୍ପରିକ ସହଯୋଗ ହେଉଛି ସମୟର ଆବଶ୍ୟକତା। ବର୍ତ୍ତମାନର ପରିସ୍ଥିତିରେ ସହାବସ୍ଥାନ ଏକାନ୍ତ ଜରୁରୀ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ।

ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨’ର ପୁରସ୍କାର ପ୍ରଦାନ ସମାରୋହକୁ ଉଦଘାଟନ କରି ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପର ଲକ୍ଷ୍ୟ ରଖିଛନ୍ତି ।  କୃଷି କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏଣୁ କୃଷି କ୍ଷେତ୍ରରେ ପ୍ରଥମ ୟୁନିକର୍ଣ୍ଣ ଓଡ଼ିଶାରୁ ଆସୁ ବୋଲି ସେ ଆଶା ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଷ୍ଟାର୍ଟଅପର ବଜାର ମୂଲ୍ୟ ୧ ବିଲିୟନ ଡଲାରରୁ ଅଧିକ ହେଲେ ତାହାକୁ ୟୁନିକର୍ଣ୍ଣ ବୋଲି କୁହାଯାଏ ।

ଏହି ଅବସରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶିଳ୍ପଜଗତ ପାଇଁ ଓଡ଼ିଶା ସରକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଦେଶର ଏକ ଉତ୍ପାଦନ କେନ୍ଦ୍ର ଭାବେ ଓଡ଼ିଶା ଉଭା ହେଉଛି । କୋଭିଡ ମହାମାରୀ ପରି କଠିନ ସମୟରେ ବି ଓଡ଼ିଶା ବିପୁଳ ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି । ଓଡ଼ିଶା ସରକାର ରାଜ୍ୟରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରେତ୍ସାହନ ଦେଉଛନ୍ତି । ରାଜ୍ୟରେ ଓ-ହବ ନାମକ ଇନକୁବେସନ ସେଣ୍ଟର ଖୋଲାଯାଇଛି । ଏହା ବର୍ଷକୁ ୨୦୦ରୁ ଅଧିକ ଷ୍ଟାର୍ଟଅପକୁ ଛିଡ଼ା କରିବାରେ ସହାୟକ ହେବ । ଓଡ଼ିଶାରେ ଏବେ ୧୨୦୦ ଷ୍ଟାର୍ଟ ଅପ ଥିବା ବଳେ ୨୦୨୫ ସୁଦ୍ଧା ତାହା ୫୦୦୦ ରେ ପହଞ୍ଚିବ ।

ନିକଟରେ ଓଡ଼ିଶାର ଏକ କମ୍ପାନି ଆନ୍ନାଡ୍ରୋନ ସିଷ୍ଟମ୍ସ ଭାରତୀୟ ସେନାଠାରୁ ଏକ ବଡ଼ କଣ୍ଟ୍ରାକ୍ଟ ହାସଲ କରିଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ କାରଣ ଏଲଏଣ୍ଡଟି ପରି ବଡ଼ କମ୍ପାନିଙ୍କୁ ପଛରେ ପକାଇ କମ୍ପାନି ଏହି କଣ୍ଟ୍ରାକ୍ଟ ହାସଲ କରିଛି । ଆଗକୁ ଓଡ଼ିଶାର ସମୟ ଆସୁଛି ଓ ଆମେ ନିଶ୍ଚୟ ନିଜର ଛାପ ଛାଡ଼ିବା। ଭାରତର ଶିଳ୍ପ ବିପ୍ଲବରେ ଓଡ଼ିଶାର କେନ୍ଦ୍ରୀୟ ଭୂମିକା ରହିବ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

publive-image

ଏହି ଅବସରରେ ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ  ମାଧ୍ୟମରେ ଉତ୍କର୍ଷର ଉପାସନା କରିବାକୁ ଆମେ ସମସ୍ତଙ୍କୁ ଆହ୍ୱାନ ଜଣାଉଛୁ । ଉତ୍କର୍ଷର ଉପାସନା କରିବା ସହଜ ନୁହେଁ । ପୁଣି ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟରେ ଉତ୍କର୍ଷର ଉପାସନା କରିବା ଆଦୌ ସହଜ ନୁହେଁ । ଉତ୍କର୍ଷର ଉପାସନା କରିବା ଗୋଟିଏ କଥା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇବା ଆଉ ଗୋଟିଏ କଥା । ଗଣତନ୍ତ୍ରରେ ସଂଖ୍ୟାବଳ ଉପରେ ଗୁରୁତ୍ବ ଦିଆଯାଏ । ତଥାପି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ନ ଦେଇ ଉତ୍କର୍ଷର ଉପାସନାକୁ ସମ୍ମାନ ଜଣାଇବାକୁ ଆମେ ଏହି ଉଦ୍ୟମ କରିଛୁ ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ବର୍ଷ ଓଡ଼ିଶା ଭିତରୁ ଓ ଓଡ଼ିଶା ବାହାରୁ ନୂଆ ନୂଆ ବ୍ରାଣ୍ଡ ସାମନାକୁ ଆସୁଛନ୍ତି । ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଲାଗି ସସ୍ବାଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

କାର୍ଯ୍ୟକ୍ରମ ଶେଷରେ ଏକ ବିଜ୍ଞ ବିଚାରକ ମଣ୍ଡଳୀ ଦ୍ବାରା ଚୟନିତ ବିଭିନ୍ନ ବର୍ଗରେ ୧୪ଟି ଶିଳ୍ପସଂସ୍ଥାକୁ ସମ୍ମାନିତ କରାଯାଇଥିଲା।

ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨:  ବିଜେତା ତାଲିକା

ସମାଜିକ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍)- ପ୍ଲାଟିନମ୍ : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହୀରାକୁଦ

ସମାଜିକ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍)- ଗୋଲ୍ଡ: ଜେକେ ପେପର ଲିମିଟେଡ୍

ବୃହତ (ଲାର୍ଜ) ଶିଳ୍ପ-ପ୍ଲାଟିନମ୍: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍

ମଧ୍ୟମ (ମିଡି୍ୟମ୍) ଶିଳ୍ପ-ପ୍ଲାଟିନମ୍: ସିଏସଏମ୍ ଟେକ୍ନୋଲୋଜି

ମଧ୍ୟମ (ମିଡି୍ୟମ୍) ଶିଳ୍ପ-ଗୋଲ୍ଡ: ଓଡ଼ିଶା କୋଲ୍ ଆଣ୍ଡ ପାୱାର

ମଧ୍ୟମ (ମିଡି୍ୟମ୍) ଶିଳ୍ପ-ସିଲଭର: ଏସଏଲଏମ୍ ଟେକ୍ନୋଲୋଜି

କ୍ଷୁଦ୍ର (ସ୍ମଲ୍) ପ୍ଲାଟିନମ୍: ମାନେକ୍ବିନ୍ ଫର୍ମାସ୍ୟୁଟିକାଲ୍ସ

କ୍ଷୁଦ୍ର (ସ୍ମଲ୍) ଗୋଲ୍ଡ : ଗାଲାକ୍ସି ମେଡିକେୟାର୍

କ୍ଷୁଦ୍ର (ସ୍ମଲ୍) ସିଲଭର୍: ଓଡ଼ିଶା ରବର ପ୍ରଡକ୍ଟସ୍

କ୍ଷୁଦ୍ର (ସ୍ମଲ୍) ଜୁରି ସ୍ପେଶାଲ୍ : ଜେଏମଏସ୍ ମେଡିକନ୍

କ୍ଷୁଦ୍ର (ସ୍ମଲ୍) ଜୁରି ସ୍ପେଶାଲ୍ : କେଏଏସଏଏମ୍

ଇମର୍ଜିଂ/ଷ୍ଟାର୍ଟଅପ୍ ପ୍ଲାଟିନମ୍: ଇଜେରକ୍ସ ହେଲ୍ଥ ଟେକ୍

ଇମର୍ଜିଂ/ଷ୍ଟାର୍ଟଅପ୍ ଗୋଲ୍ଡ : ଏମକେ ପ୍ଲାଷ୍ଟ

ଇମର୍ଜିଂ/ଷ୍ଟାର୍ଟଅପ୍ ସିଲଭର୍: ପ୍ରାଇଡ୍ ଡେଲାଇଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe